ଭୁବନେଶ୍ୱର (ସମୃଦ୍ଧ ଓଡିଶା) ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ କଂଗ୍ରେସ କ୍ଷମତାକୁ ପ୍ରତ୍ୟାବର୍ତ୍ତନ ପରେ ଓଡିଶା ରାଜନୀତି ଚଳଚଞ୍ଚଳ ହୋଇଛି । ବିଶେଷ କରି କୃଷି ଅବହେଳା ପ୍ରସଙ୍ଗ ନେଇ ୩ ପ୍ରମୁଖ ରାଜ୍ୟରେ ଭାଜପା ହାରିଲା ବୋଲି ରାଜ୍ୟର ମୁଖ୍ୟମନ୍ତ୍ରୀ କହିଲା ପରେ ସବୁଦଳ କୃଷିକୁ ପ୍ରସଙ୍ଗ କରି ନିର୍ବାଚନ ଲଢ଼ିବା ଏକରକମ ସ୍ଥର ଲାଗୁ କେବଳ ଏତିକି ନୁହେଁ ଆମ ସଂଗଠନ ବିଗତ ୮ ବର୍ଷ ଧରି ଚାଷୀଙ୍କୁ ସୁରକ୍ଷା ଭର୍ତ୍ତା ଦେବା ପାଇଁ କହି ଆସିବା ସହ କେବେ ନବୀନ ନିବାସ ଘେରାଉ କେବେ ଦୀର୍ଘ ଦିନ ଅନଶନ କରି ମୁଖ୍ୟମନ୍ତ୍ରୀଙ୍କ ଗାଡି ଆଗରେ ଶୋଇବା ଭଳି ଆନ୍ଦୋଳନାତ୍ମକ କାର୍ଯ୍ୟ କ୍ରମମାନ ଚଳାଇ ଆସିଛି । ଏହାର ଏକମାତ୍ର ଉଦ୍ଦେଶ୍ୟ ଚାଷୀମାନଙ୍କର ଦୟନୀୟ ସ୍ଥିତି ଓ ସୁରକ୍ଷା ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ଅବଗତ ହେବା । ମୂଲ୍ୟ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସଚେତନ କରିବା ପାଇଁ ଆମ ସଂଗଠନ ତରଫରୁ ୨୦୧, ଅକ୍ଟୋଅବର ୧୧ରେ ସମାବେଶ କରି ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେଇଛୁ । ମାତ୍ର କେନ୍ଦ୍ର ସରକାର ଏ ନେଇ ସାମୟିକ ଆଗ୍ରହ ପ୍ରକାଶ ନ କରିବା ସହ ସ୍ୱାମୀନାଥନ କମିଟି ସୁପାରିଶ ଲାଗୁ କଲେ ବୋଲି ଯେଉଁ ଆଶ୍ଵାଳନ କରିଛନ୍ତି ଏହା ସର୍ବସ୍ୱ ମିଥ୍ୟା ହିସାବ ଉପରେ ଆଧାରିତ । ସ୍ୱାମୀନାଥନ କମିଟି ପରିବାର ଶ୍ରମଠାରୁ ଆରମ୍ଭ କରି, ଜମିଭତ୍ତା ଓ ଅନ୍ୟାନ୍ୟ ଅନୁଷ୍ଠାନର ଅର୍ଥ ଖର୍ଚ୍ଚର ହିସାବ ନିଆଯାଉନାହିଁ । ଚାଷୀଙ୍କ ମୂଲ୍ୟ ବାବଦରେ ପ୍ରଧାନମନ୍ତ୍ରୀ ମହୋଦୟ ଚରମ ବିଶ୍ୱାସ ଘାତକତା କରିବା ବେଳେ ଚାଷୀ ସୁରକ୍ଷା ଭର୍ତ୍ତା ପ୍ରସଙ୍ଗରେ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦୌ ସମ୍ବେଦନଶୀଳ ମାନସିକତା ଦେଖାଇ ନାହାନ୍ତି । ରାଜ୍ୟ ପ୍ରସଙ୍ଗରେ ବାଲୁଗାଁରୁ ଭୁବନେଶ୍ୱର, କୁଆଖିଆରୁ ଭୁବନେଶ୍ୱର ପଦଯାତ୍ରାକୁ ସରକାର ରୋକିବା ସହିତ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଥିଲେ । ଚାଷୀ ପେନସନ ପ୍ରସଙ୍ଗରେ ମନ୍ତ୍ରୀ ସ୍ତରୀୟ ଗଠନ ପରେ ପ୍ରାପ୍ତ ଆଲୋଚନା ବୈଠକ ହୋଇଥିଲେ ହେଁ ଏହି ବୈଠକରେ ଚାଷୀ ୨୦ ବର୍ଷ ବୟସରୁ ମାସିକ ୫୦୦୦ ସୁରକ୍ଷା ଭତ୍ତା ଦେବା ପ୍ରସଙ୍ଗରେ କୌଣସି ଆଲୋଚନା ହୋଇନଥିଲା । ଏହାର ପ୍ରତିବାଦରେ ସଂଗଠନର ମୁଖ୍ୟ ଅକ୍ଷୟ କୁମାର ଅନଶନରେ ବସିବା ସହ ସହସ୍ରାଧିକ ଚାଷୀ ଶୋଭାଯାତ୍ରାରେ ଯାଇ ରାଜ୍ୟପାଳ ସ୍ମାରକ ପତ୍ର ଦେଇଥିଲେ । ମାତ୍ର ଏହା ସତ୍ତ୍ୱେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ନେଇ ସଂଗଠନ ସହ ଆଲୋଚନା ହୋଇ ନାହିଁ । ଏ ପ୍ରସଙ୍ଗରେ ରାଜ୍ୟ ସରକାର ଅସ୍ୱାଭାବିକ ନୀରବତା ଅବଲମ୍ବନ କରି ୮ ତାରିଖରେ ଦିଲ୍ଲୀରେ ଧାନର ମୂଲ୍ୟ ନେଇ ସମାବେଶ କରିବାକୁ ଯାତ ଦିଲ୍ଲୀରେ ସମାବେଶ ଧାନମୂଲ୍ୟ ପାଇଁ ଠିକ ଅଛି, ହେଲେ ଚାଷୀ ପେନସନ କାହିଁ ? ଏହାତ ରାଜ୍ୟ ସରକାରଙ୍କର କହି ପାରିବେ । ଏଣୁ ୮ ତାରିଖରେ ରାଜ ଭବନ ଆଗରେ ସଂଗଠନ ପକ୍ଷରୁ ଶାନ୍ତି ପୂର୍ଣ୍ଣ ଧାରଣା ଦିଆଯିବ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଧାନର ବୃଦ୍ଧି ପ୍ରସଙ୍ଗରେ ସ୍ୱମୀନାଥନ କମିଟି ସୁପାରିଶକୁ ଠିକଣା ପ୍ରସଙ୍ଗରେ ଲାଗୁ ନକରି କରିଥିବା ଐତିହାସିକ ଅକ୍ଷମଣୀୟ ଅବହେଳା କରିଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମହୋଦୟ ୨୪ରେ ଖୋର୍ଦ୍ଧା ଆସୁଥିବାରୁ ତାଙ୍କୁ ମଧ୍ୟ ଧାନର ଉଚିତ ମୂଲ୍ୟ ବିଶେଷ କରି ଓଡିଶା ବିଧାନ ସଭାର ସର୍ବ ସମ୍ମତରେ ୨୯୩୦ ଟଙ୍କା ନେଇ ସ୍ମାରକପତ୍ର ଦିଆଯିବ । କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାମୋଦର ଦାସ ମୋଦି ନୁହେଁ ରାଜ୍ୟ ଗସ୍ତରେ ଆସୁଥିବା କଂଗ୍ରେସ ମୁଖିଆ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ସଂଗଠନ ପକ୍ଷରୁ ସ୍ମାରକ ପତ୍ର ଦିଆଯାଇ ଚାଷୀ ପେନସନ ସଂକ୍ରାନ୍ତରେ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିବକୁ କୁହାୟିବ ବୋଲି ସାମ୍ବାଦିକ ଭବନ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅକ୍ଷୟ କୁମାର କହିଛନ୍ତି । ଶ୍ରୀ କୁମାର କହିଛନ୍ତି ଯେ ୨୧ ଅନୁଯାୟୀ ଦେଶର ଅନ୍ନଦାତା ଚାଷୀଙ୍କର ଖାଦ୍ୟ, ବସ୍ତ୍ର, ବାସଗୃହ. ଶିକ୍ଷା, ସ୍ୱାସ୍ଥ୍ୟର ନିଶ୍ଚୟତା ଲାଗି ପେନସନ ୩ ଲକ୍ଷ ଚାଷୀଙ୍କୁ ମାସିକ ୫୦୦୦ ହିସାବରେ ୨୧,୨୦୦ କୋଟି ଟଙ୍କା ବାର୍ଷିକ ଦାବି କରୁଛୁ । ଚାଷୀ ଆତ୍ମହତ୍ୟାର କଳଙ୍କ ରାଜ୍ୟମୁଣ୍ଡରୁ ପୋଛିବା ସହ ଚାଷୀଙ୍କ ଆର୍ଥିକ ଅଭିବୃଦ୍ଧି ଓ ସୁରକ୍ଷା ଦିଗରେ ସହାୟକ ହେବ । ଏହି କାର୍ଯ୍ୟକ୍ରମରେ ଚାଷୀମାନେ ସୁତସ୍ୱର୍ତ୍ତ ଭାବରେ ଯୋଗଦେବାକୁ ସଂଗଠନ ପକ୍ଷରୁ ଆହ୍ୱାନ କରାଯାଇଛି । ଆଜିର ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଂଯୋଜକ ଶେଷ ଦେବଙ୍କ ସହ ସଂଯୋଜକ ଉମାକାନ୍ତ ଭାରତ, ନିମାଇଁ ରାୟ, ରଶ୍ମିରଞ୍ଜନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା