

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଚିକିଟି ମହାବିଦ୍ୟାଳୟ ଓ ତହସିଲ୍ କାର୍ଯ୍ୟାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ କୋଭିଡ଼୍-୧୯ ପାଇଁ ଉପଜିଲ୍ଲାପାଳଙ୍କ ଜରିଆରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଚିକିଟି କଲେଜର କର୍ମକର୍ତ୍ତାମାନେ ଏକାଠି କରିଥିବା ୮୦ ହଜାର ଟଙ୍କାକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ିଡ଼ି ଆକାରରେ ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବଙ୍କୁ ତାଙ୍କ କାର୍ଯ୍ୟାଳୟରେ ପ୍ରଦାନ କରିଥିଲେ । ସେହିପରି ଚିକିଟି ତହସିଲ୍ର ତହସିଲ୍ଦାର ଏବଂ କର୍ମଚାରୀମାନେ ଏକତ୍ରିତ କରି ଜମା କରିଥିବା ୩୫ହଜାର ୫ଶହ ଟଙ୍କା ଡ଼ିଡ଼ିକୁ ତହସିଲ୍ଦାର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା