ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସମାଜସେବୀ ସଂସ୍ଥା ଜୟ ଜଗନ୍ନାଥ ଗ୍ରୁପ ଓଡ଼ିଶା ପକ୍ଷରୁ ଚିନ୍ମୟଙ୍କ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଇ ୩୦,୦୦୦ (ତିରିଶ ହାଜର) ଟଙ୍କା ପ୍ରଦାନ କରିଥିବା ଜଣାପଡିଛି । ସୂଚନା ଯେ, ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକର ସୁତୁମୁସର ଗ୍ରାମ । ଯେଉଁ ଗ୍ରାମରେ ମାଳ ବରାଡଙ୍କ ଘର । ପରିବାର କହିଲେ ଦୁଇ ପୁଅକୁ ନେଇ ସୁନାର ସଂସାର । ସ୍ଵାମୀ ଅନ୍ୟ ରାଜ୍ୟରେ ଖଟିଲେ ଘରେ ଚୁଲି ଜଳିଥାଏ । ହେଲେ ସେହି ସୁନାର ସଂସାର ଭିତରେ ଗଲା ୬ ବର୍ଷ ହେବ ଲାଗି ରହିଛି ଦୁଃଖ ଆଉ ଯନ୍ତ୍ରଣା । କାରଣ ବଡ ପୁଅ ଚିନ୍ମୟ ଜନ୍ମ ହେବାର ଠିକ ୬ ମାସପରେ ଅସ୍ଵଭାବିକ ଭାବେ ବଢୁଛି ପାଟିର ଜିଭ । ନା ଶାନ୍ତିରେ ଖାଇ ପାରୁଛି ନା ସ୍ଵଷ୍ଟ ଭାବେ କଥା କହିପାରୁଛି । ଏହି ଖବର ଗଣ ମାଧ୍ୟମରୁ ଖବର ପାଇବା ପରେ ଚିନ୍ମୟଙ୍କୁ ଯଥା ସମ୍ଭବ ଆର୍ଥିକ, ମାନସିକ ତଥା ଶାରୀରିକ ସାହାର୍ଯ୍ୟ ଓ ସହଯୋଗ କରିବାକୁ ଆଗେଇ ଆସିଛି ସ୍ଵେଚ୍ଛାସେବୀ ସଂଗଠନ ଜୟ ଜଗନ୍ନାଥ ଗ୍ରୁପ ଓଡିଶା । ଆଜି ସ୍ଥାନୀୟ ସମସ୍ତ ଗଣମାଧ୍ୟମର ଭାଇ ଭଉଣୀଙ୍କ ସହାୟତାରେ ସରକାରଙ୍କ ନିକଟରେ ଚିନ୍ମୟର ପରବର୍ତ୍ତୀ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ଉପଜିଲ୍ଲାପାଳ ଶ୍ରୀ ଦିଗନ୍ତ ରାଉତରାୟଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ନିର ବରାଡଙ୍କ ସହ ଜୟ ଜଗନ୍ନାଥ ଗ୍ରୁପର କର୍ମକର୍ତ୍ତା । ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ addl sub collector ବିନୋଦ କୁମାର ବେହେରାଙ୍କୁ ଦାବିପତ୍ର ଏବଂ ଚିନ୍ମୟର ବାପା ନିର ବରାଡଙ୍କୁ ୩୦,୦୦୦/ (ତିରିଶ ହଜାର)ଟଙ୍କା ପ୍ରଦାନ କରିଥିଲେ । addl sub collector ଜୟ ଜଗନ୍ନାଥ ଗ୍ରୁପର କର୍ମକର୍ତ୍ତାଙ୍କୁ ନେଇ ଏମକେସିଜି ମେଡିକାଲ କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ଚରଣ ପଣ୍ଡା ଏବଂ ପ୍ଲାଷ୍ଟିକ ସର୍ଜରୀ ବିଭାଗର ବିଭାଗୀୟ ମୁଖ୍ୟ ରାଜୁ ଦାସଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ଏବଂ ବହୁତ ଜଲଦି ଚିନ୍ମୟର ଚିକିତ୍ସାର ସୁବନ୍ଦବସ୍ତ କରାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଜୟ ଜଗନ୍ନାଥ ଗ୍ରୁପର ଏତାଦୃଶ୍ୟ ସହଯୋଗ ଦେଖି ସମସ୍ତ ଗଣମାଧ୍ୟମର ଭାଇ ଭଉଣୀମାନେ ମଧ୍ୟ ଖୁସି ହୋଇ ସମସ୍ତ ପ୍ରକାର ସହଯୋଗ କରିବାକୁ ଆଗେଇ ଆସିଥିଲେ । ଏଥିରେ ଚିନ୍ମୟର ବାପା ନିର ବରାଡ଼ଙ୍କ ସହ ଜୟ ଜଗନ୍ନାଥ ଗ୍ରୁପର ଆଡ୍ମିନ କାର୍ତ୍ତିକ ପାଣିଗ୍ରାହି, ଗ୍ରୁପର ସଭାପତି ରାଜେନ୍ଦ୍ର ପାତ୍ର, ଭଉଣୀ ମମତା ପାତ୍ର ଗ୍ରୁପର ମିଡିଆ ମୁଖପାତ୍ର ରଂଜନା ମିଶ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା