ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଡିଜିଟାଲ ଆନ୍ଦୋଳନ ୨୬ ଦିନରେ ପହଞ୍ଚିଛି । ଏହି ଅବସରରେ ୨୦୧୬ ମସିହାରେ ସୁପ୍ରିମକୋର୍ଟଙ୍କ ଆଦେଶାନୁସାରେ ପ୍ରତ୍ୟେକ ସରକାରୀ କର୍ମଚାରୀ ସମାନ କାମକୁ ସମାନ ଦରମା ପାଇବା ଯୋଗ୍ୟ କିନ୍ତୁ ଓଡିଶାର ଠିକା କର୍ମଚାରୀଙ୍କ ପାଇଁ ସମାନ କାମକୁ ସମାନ ଦରମା ଏକ ସ୍ୱପ୍ନ ପାଲଟି ଯାଇଛି । ବାସ୍ତବରେ ସରକାର ଏହି ଠିକା କର୍ମଚାରୀଙ୍କ ପେଟ କାଟିବା ରୀତି ୨୦୦୪ରୁ ଆରମ୍ଭ କରି ୨୦୧୩ ମସିହାରେ ତାହାକୁ ନିୟମକୁ ଆଣି ଯେଉଁ ଚୁକ୍ତିଭିତ୍ତିକ ନିୟମର ଆରମ୍ଭ କରିଛନ୍ତି, ତାହା ସରକାରଙ୍କ ବର୍ବରତାର ପରିଚୟ ପ୍ରଦାନ କରୁଛି ବୋଲି ଅଭିଯୋଗ କରିଛନ୍ତି । ଏହାସହ ଆଜିକାର ଏ ମହଙ୍ଗା ଯୁଗରେ ଗୋଟିଏ ଦିନ ମଜୁରିଆ ଯେତେବେଳେ ତାହାର ପ୍ରାପ୍ୟ ପାଇପାରୁଛି, ସେତେବେଳେ ଏ ଶିକ୍ଷିତ ଯୁବଗୋଷ୍ଠୀଙ୍କୁ କାହିଁକି ଏତେ ନ୍ୟୁନ ମନେ କରାଯାଉଛି ? ରାଜ୍ୟର ହଜାର ହଜାର ଚୁକ୍ତିଭିତ୍ତିକ କର୍ମଚାରୀ ରାଜ୍ୟରେ ଲାଗୁ ହେବାକୁ ଥିବା ସପ୍ତମ ବେତନ କମିଶନକୁ ନେଇ ଯଥେଷ୍ଟ ଆଶାବାଦୀ ଥିଲେ । କିନ୍ତୁ ୨୦୧୭ରେ ଲାଗୁ ହେଇଥିବା ସପ୍ତମ ବେତନ କମିଶନରେ ସରକାର ସମସ୍ତ ନିୟମିତ କର୍ମଚାରୀଙ୍କ ମୂଳ ଦରମାରେ ବୃଦ୍ଧି କରାଇ ଠିକା କର୍ମଚାରୀଙ୍କ ପେଟକୁ ଲାତ ମାରି ମୂଳ ଦରମାର ମାତ୍ର ୨୫ ପ୍ରତିଶତ ବୃଦ୍ଧି କରି ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଆଶାକୁ ଧୂଳିସାତ କରିବା ସହ ସେମାନଙ୍କ ଭବିଷ୍ୟତକୁ ମଧ୍ୟ ଅନ୍ଧାରକୁ ଠେଲି ଦେଲେ; ଯାହାକି ରାଜ୍ୟ ସରକାରଙ୍କ ଏକ ଅସାମ୍ବିଧାନିକ ପଦକ୍ଷେପ । ଏହା ବିରୋଧରେ ବହୁ ଥର ଠିକା କର୍ମଚାରୀମାନେ ଅନେକ ଥର ରାଜ ରାସ୍ତାକୁ ଓଲ୍ହାଇ ଆନ୍ଦୋଳନ କରିଛନ୍ତି । ଯେଉଁ ଆନ୍ଦୋଳନରେ କି ପୂର୍ବତନ ଅର୍ଥସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଗୋଟିଏ ମାସ ପରେ ଆମ କଥାକୁ ବିଚାର କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆମ କଥା ପାଣିର ଗାର ପାଲଟିଯାଇଥିଲା । ପୁନଶ୍ଚ ନିର୍ବାଚନ ପୂର୍ବରୁ ଯେଉଁ ତିନିଜଣିଆ କମିଟି ଗଠନ କରାଯାଇଥିଲା ସେ ନେଇ ମଧ୍ୟ ସରକାରଙ୍କ ତରଫରୁ କୌଣସି ମନ୍ତ୍ରୀ ସ୍ତରୀୟ କମିଟିର କୌଣସି ରିପୋର୍ଟ ଆସି ନ ଥିଲା । ପୁନର୍ବାର ଅର୍ଥସଚିବ ତୁହିନ କାନ୍ତ ପାଣ୍ଡେ ଏକ ଆଲୋଚନା କରି ୧୫ ଦିନ ମଧ୍ୟରେ ନିହାତି କିଛି ପଦକ୍ଷେପ ନେବେ ବୋଲି କହି ମଧ୍ୟ ପ୍ରତିଶ୍ରୁତି ରଖିଲେ ନାହିଁ । ଏଭଳି ଅମାନୁଷିକ ଅତ୍ୟାଚାର ପ୍ରତିବାଦରେ ଠିକା କର୍ମଚାରୀମାନେ ଏବେ ଯେତେବେଳେ କର୍ମଚାରୀମାନେ ନିଜ ହକ୍ ପାଇଁ ପୁନଶ୍ଚ ଡିଜିଟାଲ ଆନ୍ଦୋଳନ ଜରିଆରେ ସ୍ୱର ଉତ୍ତୋଳନ କଲେ ସରକାର ସେମାନଙ୍କର ଦାବି ନ ଶୁଣି କର୍ମଚାରୀମାନଙ୍କୁ ନାଲି ଆଖି ଦେଖାଉଛନ୍ତି । ତଥାପି ସେମାନେ ଏହି ଡିଜିଟାଲ ଆନ୍ଦୋଳନ ଦୀର୍ଘ ୨୬ ଦିନ ଧରି ଜାରି ରଖିଛନ୍ତି ଏବଂ ଇ-ଅଭିଯୋଗ ଜରିଆରେ ନିଜ ପାଇଁ ନ୍ୟାୟର ଦାବି ମଧ୍ୟ କରୁଛନ୍ତି । ସରକାର ଜାଣି ରଖିବା ଦରକାର ଯୁବ କର୍ମଚାରୀ କୋରନା ମହାମାରୀ ପାଇଁ ଶାନ୍ତ ଅଛନ୍ତି, ସରକାର ଯଦି ଦାବି ନ ମାନନ୍ତି ତେବେ ଓଡିଶା ଯୁବ କର୍ମଚାରୀମାନଙ୍କ ଏକତା ଦେଖିବେ ରାଜ୍ୟ ସରକାର ବୋଲି ସଙ୍ଘ ସଭାପତି ବିଜୟ ମଲ୍ଲ, ସଂଘର ଉପଦେଷ୍ଟା ପ୍ରଭାତ ମହାନ୍ତି, ମଧୁ ମଲ୍ଲିକ, ଜ୍ୟୋତିପ୍ରକାଶ ମହାପାତ୍ର, କିଷାନ ବରାଇ ଏବଂ ସଞ୍ଜୟ ପଟ୍ଟନାୟକ, ସମ୍ପାଦକ କ୍ଷିତିଶ ପଣ୍ଡା, ଶୁଭ୍ରହିତ୍ ପ୍ରତିହାରୀ, ବିଶ୍ୱଜିତ ବିଶ୍ୱାଳ, ଉପସଭାପତି ପ୍ରଭାସ ଭୋଇ, ଦେବଦତ ସ୍ୱାଇଁ, ଜୀବନ ମହାନ୍ତି, ଯୁମ ସମ୍ପାଦକ ପ୍ରଶାନ୍ତ ରାଉତରାୟ, ଶ୍ରୀନିବାସ ମହାନ୍ତି, ପ୍ରଶାନ୍ତ କର, ସ୍ୱାଗତ ନନ୍ଦ, ସୁରେଶ ମହାନ୍ତି, ଦେବାଶିଷ ନାୟକ, ରାଜେନ୍ଦ୍ର ମଲ୍ଲିକ, ସନ୍ତୋଷ ଗୌଡ଼, ଅମୂଲ୍ୟ କୁମାର ଭାରିମଲ୍ଲ, ଅନିତା ବେହେରା, ଲୋଜାଳିନ ପଣ୍ଡା, ଅଳକା ମହାନ୍ତି, ରଶ୍ମି ଦାସ ପ୍ରମୁଖ ପ୍ରେସ ବ୍ରିବୃତିରେ କହିଥିବା ସଂଘର ସଭାପତି ବିଜୟ ମଲ୍ଲ ଜଣାଇଛନ୍ତି ।
ରିପୋର୍ଟ : ବିଜୟ ମଲ୍ଲ