ଚେନ୍ନାଇରେ ଓଡ଼ିଶା ଭବନ ଉଦଘାଟନକଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ତାମିଲନାଡୁର ଚେନ୍ନାଇରେ ନବନିର୍ମିତ ଓଡ଼ିଶା ଭବନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ୨୦୧୨ ମସିହା ମେ’ ୧୧ ତାରିଖରେ ଏହି ଓଡ଼ିଶା ଭବନର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ଓଡ଼ିଶା ସରକାରଙ୍କ ଅନୁରୋଧ ରକ୍ଷା କରି ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜୟଲଳିତା ଏହି ଓଡ଼ିଶା ଭବନ ପାଇଁ ଜମି ଯୋଗାଇ ଦେଇଥିଲେ। ଏହି ଭବନ ନିର୍ମାଣ ପାଇଁ ୨୨କୋଟି ଟଙ୍କା ବ୍ୟୟ ହୋଇଛି। ଦିଲ୍ଲୀ, କୋଲକାତା, ମୁମ୍ବାଇ ପରେ ଚେନ୍ନାଇରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ଭବନ କାର୍ଯ୍ୟକ୍ଷମ ହୋଇଛି।ଏହି କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ପ୍ରତାପ ଜେନା, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।