

ଢେଙ୍କାନାଳ (ସମୃଦ୍ଧ ଓଡିଶା) କାଞ୍ଚନ ବଜାର ପୂଜାମଣ୍ଡପ ଠାରେ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଅନୁକୁଲ୍ୟରେ ଚୈତନ୍ୟ ଦେବୀ ମାନଙ୍କ ଏକ ସଦୃଶ୍ୟ ଝାଙ୍କି ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ଯୋଗଦେଇ ଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମକୁ ଉଦଘାଟିତ କରିଥିଲେ । ବ୍ରହ୍ମା କୁମାରୀ ଉଷାଙ୍କ ନେତୃତ୍ୱରେ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ୩ ଦିନ ଧରି ଚାଲୁ ରହିବ ବୋଲି ଜଣାଯାଇଛି ।
ରିପୋର୍ଟ : ଶୁଭମ କୁମାର ପାଣି

