ତାରାତାରିଣୀ (ସମୃଦ୍ଧ ଓଡିଶା) ଏହି ଚୈତ୍ର ମାସର ପ୍ରଥମ ମଙ୍ଗଳବାର ମା’ ଇଷ୍ଟଦେବୀ ତାରାତାରିଣୀଙ୍କ ଚୈତ୍ର ମେଳା ଆଜିଠାରୁ ଆରମ୍ଭ ହୋଇଯାଇଛି । ଋଷିମାଳ ପର୍ବତ କନଯା ଶୁଭ୍ରଧାରାରେ କୁଳୁ କୁଳୁ ତାନରେ ପ୍ରବାହିନୀ ଋଷିକୁଲ୍ୟା ନଦୀ କୂଳରେ ପୁରୁଷୋତ୍ତମ ନିକଟ ପର୍ବତ ଶିଖରରେ ଇଷ୍ଟ ଦେବୀ ମାଆ ତାରାତାରିଣୀ ଆଵାହମାନ କାଳରୁ ବିଜେ କରିଛନ୍ତି । ସମଗ୍ର ଗଞ୍ଜାମ ଜିଲ୍ଲାର ଓ ଦୂର ଦୂରାନ୍ତରେ ବସବାସ କରୁଥିବା ଗଞ୍ଜାମ ଜିଲ୍ଲାର ଅଧିବାସୀଙ୍କର ଆରାଧ୍ୟ ଦେବୀ ମା’ତାରା ତାରିଣୀଙ୍କ ଚୈତ୍ର ପର୍ବ ଏହି ମାସର ପ୍ରତି ମଙ୍ଗଳବାରରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମରେ ପାଳିତ ହୋଇଥାଏ । ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର । ରାତି ତମାମ ସୋମବାର ମଧ୍ୟରାତ୍ରିରୁ ଭକ୍ତଙ୍କ ଭିଡ଼ ଲାଗି ରହିଛି । ଏହି ଅବସରେ ପିଲାଙ୍କ କେଶ ସହଣିକ ପାଇଁ ଲଣ୍ଡା କରାଯାଇଥାଏ ଆଜି ବହୁ ପିଲାମାନେ ଲଣ୍ଡା ହୋଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା, ଦାମୋଦର ପ୍ରଧାନ