ଭଞ୍ଜନଗର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧିନ ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ଶିଆରୀମାଳ ଓ ତନରଡ଼ା ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ସୂଚନା ଅନୁସାରେ ଉକ୍ତ ଗାଁରେ ଗତକାଲି ରାତିରେ ଛତୁ ଖାଇ ଦଶ ଜଣ ଅସୁସ୍ଥ ହୋଇଥିବା ଜଣାପଡିଛି । ସମସ୍ତ ଅସୁସ୍ଥ ମାନଙ୍କୁ ଭଞ୍ଜନଗର ଉପଖଣ୍ଡ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ମୁତାବକ ଗତକାଲି ରାତିରେ ଛତୁ ଖାଇବା ପରେ ସମସ୍ତେ ଅସୁସ୍ଥତା ଅନୁଭବ କରିଥିଲେ । ଆହତ ବ୍ୟକ୍ତି ମାନଙ୍କ ମଧ୍ୟରେ ଶିଆରିମାଳର ପାଞ୍ଚଜଣ ଥିବା ବେଳେ ସେଥିରୁ ୧୫ ମାସର କୋମଳ ଶିଶୁ ଶିଶୁ ଏବଂ ପାଞ୍ଚବର୍ଷର ଛୋଟ ପିଲା ମଧ୍ୟ ଅଛନ୍ତି । ସେହିଭଳି ତନରଡାର ମଧ୍ୟ ପାଞ୍ଚଜଣ ଥିବାବେଳେ ଏକ ୬ ବର୍ଷର ଶିଶୁ ମଧ୍ୟ ରହିଛି । ଅସୁସ୍ଥ ବ୍ୟକ୍ତି ମାନେ ହେଲେ ଶିଆରିମାଳ ନୁଆଁଗା କୁଲାଙ୍ଗିର ରବି ସେଠି, ପପୁ ସେଠି, ସରିତା ସେଠି, ରିତିସ୍ ସେଠି, ପ୍ରତିସ୍ ସେଠି ଓ ତନରଡା ଗ୍ରାମର କାଳିଆ ସ୍ୱାଇଁ, ସୁବତ୍ର ସ୍ୱାଇଁ, ଶୁରଜ ସ୍ୱାଇଁ, ନମିତା ସ୍ୱାଇଁ, ରତ୍ନମାଳା ସ୍ୱାଇଁ, ପୁଣ୍ନ ବରାଳ ଥିବା ଜଣାପଡିଛି । ସମସ୍ତ ଅସୁସ୍ଥ ଭଞ୍ଜନଗର ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ତା ଠିକ ଥିବା ସୂଚନା ମିଳିଛି ।
ରିପୋର୍ଟ – ନିଲୁ ବିଷୋୟୀ