ଛତ୍ରପୁରରେ ଜିଲ୍ଲାସ୍ତରୀୟ ଲୋକକଳା ମହୋତ୍ସବ ଚତୁର୍ଥ ସନ୍ଧ୍ୟାର…

ଛତ୍ରପୁର (ସମୃଦ୍ଧ ଓଡିଶା) ଜିଲ୍ଲାର ସଦରମହକୁମା ଛତ୍ରପୁରରେ ଚାଲିଥିବା ଜିଲ୍ଲାସ୍ତରୀୟ ଲୋକକଳା ମହୋତ୍ସବ ଚତୁର୍ଥ ସନ୍ଧ୍ୟାରେ ସଖୀ ନାଚ, ପଶୁ ମୁଖା ନୃତ୍ୟ, ଶାସ୍ତ୍ରୀୟ ନୃତ୍ୟ, ଢାଲି ନୃତ୍ୟ, ନାଗପୁରୀ ଝଉମର୍, ସ୍ନାଓତାଲ୍ ପରିବେଷଣ ହୋଇଯାଇଛି । ଏହି ଚତୁର୍ଥ ଦିବସ କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ରାଜେନ୍ଦ୍ର ପ୍ରସାଦ ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥୀ ଭାବେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକ, ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ସୈାଭାଗ୍ୟ କୁମାର ସାହୁ, ଜିଲ୍ଲାପର୍ଯ୍ୟଟ୍ଟନ ଅଧିକାରୀ ସନାତନ ନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ଅତିରିକ୍ତ ହସିଲଦାର ଶରତ କୁମାର ପାତ୍ର, ଅବସରପ୍ରାପ୍ତ ସଂସ୍କୃତି ବିଭାଗର ଉପନିର୍ଦ୍ଦେଶକ କୃଷ୍ଣ ଚନ୍ଦ୍ର ନିଶାଙ୍କ ଯୋଗ ଦେଇଥିଲେ । ଏହି ଅବସରରେ ଗଞ୍ଜାମ ଜିଲ୍ଲାପାଳ ଅଲତବରାଜଙ୍କୁ ପୁଷ୍ପଫୁଲ ଦେଇ ସମ୍ମାନିତ କରିଥିଲେ । ଛତ୍ରପୁର ବ୍ଲକର ଲକ୍ଷ୍ମୀ ପୂରାଣ, ଦିଗପହଣ୍ଡି ବ୍ଲକର ସଖୀ ନାଚ, ଦିଗପହଣ୍ଡିର ପଶୁମୁଖା ନୃତ୍ୟ, ରାଜ୍ୟ ଓ ରାଜ୍ୟ ବାହାରର ବହୁ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା । ଏହା ସହିତ ଅଲ୍ ତାଫ୍ ରାଜାଙ୍କ ତୁମତ ଢେର ପରିଦେଶୀ …. ସାଥ ନିଭାୟଙ୍ଗେ, ପେହେଲେ ତୋ କଭି କଭି ଗମ ଥା ଗୀତରେ ବହୁ ଦର୍ଶକ ମଜା ଉଠାଇଥିଲେ । ଶେଷରେ ଅଲତାଫ ରାଜା ତାଙ୍କ ଟିମ୍ ପକ୍ଷରୁ ମେଗା ସୋ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିରଞ୍ଚି ନାରାୟଣ ପ୍ରଧାନ ସଂଯୋଜନା କରିଥିଲେ । ଏହି ଅବସରରେ ପଲ୍ଲିଶ୍ରୀ ଓ ପୁସ୍ତକ ମେଳାରେ କୁନି କୁନି ପିଲାମାନଙ୍କ ଠାରୁ ଆରମ୍ଭ କରି ବହୁ ଜନସାଧାରଣ ଭିଡ ଜମିଥିଲା ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ଅଧିକାରୀ ନିମାଇଁ ଚରଣ ପଣ୍ଡା