ବ୍ରହ୍ମପୁର ଓ ଛତ୍ରପୁରରେ ପୋଲିସବାବୁମାନେ ୫୯ତମ ସହିଦ ଦିବସ ପାଳନ କରୁଛନ୍ତି …

ଛତ୍ରପୁର ଜିଲ୍ଲାପାଳ ଓ ସ୍ଥାନୀୟ ବିଧାୟକ ମଧ୍ୟ ଉପସ୍ଥିତ ରହି ଅଭିବାଦନ ଗ୍ରହଣ କରୁଛନ୍ତି 

ଛତ୍ରପୁର (ନିମାଇଁ ଚରଣ ପଣ୍ଡା )ଆଜି ଦେଶ ବ୍ୟାପୀ ପାଳିତ ହେଉଛି 59ତମ ପୋଲିସ ସହୀଦ ଦିବସ। ଏହି ଅବସରରେ ଗଂଜାମପୋଲିସ ଜିଲ୍ଲା ପକ୍ଷରୁ ନିଆରା ଢଙ୍ଗରେ ପାଳନ କରାଯାଇଛି ଏହି ଦିବସକୁ ! ଚଳିତ ବର୍ଷ ଦେଶରେ ସହୀଦ ହୋଇଥିବା ଯବାନମାନଙ୍କ ନାମ ପାଠ କରିଥିଲେ। ସମଗ୍ର ଦେଶରେ ଚଳିତ ବର୍ଷ ମୋଟ 414ଜଣ ସହୀଦ ହୋଇଥିବା ବେଳେ ଓଡ଼ିଶାରେ ରାୟଗଡା ଜିଲ୍ଲାର କନେଷ୍ଟବଳ ସଞ୍ଜୟ କୁମାର ମାଝି ଜଣେ ସହୀଦ ହୋଇଛନ୍ତି। ପରେ ସହୀଦ ସ୍ତମ୍ଭରେ ପୁଷ୍ପଗୁଚ୍ଛ ପ୍ରଦାନ କରି ସହୀଦଙ୍କ ସ୍ମୃତିଚାରଣ କରାଯାଇଥିଲା। ଗଂଜାମ ପୋଲିସ ପକ୍ଷରୁ ମଧ୍ୟ ଛତ୍ରପୁର ରିଜର୍ଭ ପଡିଆରେ 59ତମ ପୋଲିସ ଶହୀଦ ଦିବସ ପାଳନ କରାଯାଇଛି। ଗଂଜାମ ଏସ ପି ବ୍ରିଜେଶ କୁମାର ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଭିବାଦନ ଗ୍ରହଣ ପୂର୍ବକ ସହୀଦଙ୍କ ନାମପାଠ କରିଥିଲେ ଓ ପୁଷ୍ପଗୁଛ ଦେଇ ସ୍ମୃତିଚାରଣ କରିଥିଲେ ।ଛତ୍ରପୁର ରେ ଜିଲ୍ଲାପାଳ ଓ ସ୍ଥାନୀୟ ବିଧାୟକ ଯୋଗ ଦେଇଥିଲେ।