

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ତାମ୍ପରା ହ୍ରଦ ନିକଟରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଲୋୟାର ବସଷ୍ଟାଣ୍ଡ ନିକଟସ୍ଥ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ତାମ୍ପରା ହ୍ରଦ ନିକଟରେ ସାଧାରଣ ସଭାର ଆୟୋଜନ କରାଯାଇଥିଲା l ଏହି ସାଧାରଣ ସଭାରେ ବିଧାୟକଙ୍କ ସମେତ ଗଞ୍ଜାମ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, କୃଷ ଓ ବିପଣନ ନିଗମ ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡା, ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ, ପୂର୍ବତନ ବିଧାୟକ ଆଦିକନ୍ଧ ସେଠି, ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ସଂଘମିତ୍ରା ଦଳାଇ, ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସଭାପତି ପ୍ରଶାନ୍ତ ପଣ୍ଡା, ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ଲକ୍ଷ୍ମଣ ଚୌଧୁରି, ଛତ୍ରପୁର ବ୍ଲକ ଅଧକ୍ଷ ଏମ. ଧନଞ୍ଜୟ ରେଡି ସମେତ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଶୀର୍ଷ ନେତୃବୃନ୍ଦ, ନିର୍ବାଚିତ ପ୍ରତିନିଧି ଓ କର୍ମୀ ବୃନ୍ଦ ଯୋଗ ଦେଇଥିଲେ l
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

