ଛତ୍ରପୁର (ସମୃଦ୍ଧ ଓଡିଶା) ଲୋକକଳା, ତାମ୍ପରା ଉତ୍ସବ ଓ ପଲ୍ଲିଶ୍ରୀ ମେଳାର ତ୍ରିବେଣୀ ସଙ୍ଗମ ଛତ୍ରପୁରରେ ଅନୁଷ୍ଠିତ ହୋଇଯାଇଛି । ସୌନ୍ଦର୍ଯ୍ୟକରଣରେ ଉନ୍ନତି ହୋଇଛି । ଲୋକଙ୍କ ମନରେ ଭରସା ଓ ବିଶ୍ୱାସ ଆସିଲେ ଏପରି ମହୋତ୍ସବ ହୋଇଥାଏ । ଲୋକଙ୍କ ମନରେ ଏପରି ଭରସା ଓ ବିଶ୍ୱାସ ଆସିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ୫ଟି ଓ ମୋ ସରକାର ଯୋଜନା ଅଧିକ ସହାୟକ ହୋଇଛି । ଗତ ୨୦ବର୍ଷ ରାଜ୍ୟ ପ୍ରଗତି ହୋଇଥିବା ସହ ବିଭିନ୍ନ କ୍ଷେତ୍ରରେ ବିକାଶ ହୋଇଛି । ନବୀନ ପଟ୍ଟନାୟକଙ୍କ ସରକାରରେ ମହିଳାମାନଙ୍କୁ ଗୁରୁତ୍ୱ ଦିଆଯାଇ ସେମାନଙ୍କୁ ସ୍ୱାବଲମ୍ବୀ କରାଯାଉଛି । ଶିକ୍ଷାର ବିକାଶ ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ନିଜସ୍ୱ ଉଦ୍ୟମରେ ମଧୁ ଆପ କରିଥିବାରୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କୁ ପ୍ରଶଂସା କରିବା ସହ ସବୁ ମହଲରେ ଜିଲ୍ଲାପାଳଙ୍କୁ ଶୁଭେଚ୍ଛା ମିଳୁଛି ବୋଲି କହିଥିଲେ । ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଏହି ମହୋତ୍ସବ ପାଇଁ ଜିଲ୍ଲା ପ୍ରଶାସନକୁ ଶ୍ରେୟ ଦେବା ସହ ଚଳିତ ବର୍ଷ ଏଥିରେ ପର୍ଯ୍ୟଟନସ୍ଥଳୀ ତାମ୍ପରା ନେଇ ତାମ୍ପରା ଉତ୍ସବ ଯୋଡ଼ା ଯାଇଥିବାରୁ ଧନ୍ୟବାଦ ଜଣାଇଥିଲେ । ଏହି ମହୋତ୍ସବରେ ସମସ୍ତଙ୍କ ଉପସ୍ଥିତି ଛତ୍ରପୁର ମାଟିକୁ ଧନ୍ୟ କରିଛି ବୋଲି ସେ କହିଥିଲେ । ମହୋତ୍ସବର ସଭାପତି ତଥା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ କଳାକାରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମ ପାଇଁ ପଲ୍ଲିଶ୍ରୀ ମେଳାର ଆୟୋଜନ କରାଯାଇଛି ଏବଂ ଛତ୍ରପୁର ନିକଟ ତାମ୍ପରା ପର୍ଯ୍ୟଟନ ସ୍ଥଳର ବିକାଶ ନିମନ୍ତେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ନିମନ୍ତେ ତାମ୍ପରା ମହୋତ୍ସବ ମଧ୍ୟ କରାଯାଉଛି । ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦେଇ ଏହି ସମସ୍ତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ । ଗୋପାଳପୁର ବେଳାଭୂମି ମହୋତ୍ସବର ଛତ୍ରପୁର ମହୋତ୍ସବ ଏକ ସାନ ଭାଇ ପରି ବୋଲି କହିଥିଲେ । ଲୋକକଳା, ତାମ୍ପରା ଉତ୍ସବ ଓ ପଲ୍ଲିଶ୍ରୀ ମେଳାର ତ୍ରିବେଣୀ ସଙ୍ଗମ ଆଜି ଛତ୍ରପୁର ଠାରେ ଅନୁଷ୍ଠିତ ହୋଇଛି ବୋଲି ମତ ପ୍ରକାଶ କରିଥିଲେ । ଏହି ମହୋତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ପ୍ରମୁଖ ଯୋଗଦେଇ କଳାକାର ମାନଙ୍କୁ ଉତ୍ସାହିତ କରିବା ସହ ଜିଲ୍ଲା ପ୍ରଶାସନ ଓ ମୁଖ୍ୟମନ୍ତ୍ରୀକୁ ଧନ୍ୟବାଦ ଜଣାଇଥିଲେ । ଏହାସହ ସମସ୍ତ ନିର୍ବାଚନ ମଣ୍ଡଳୀରେ ଏପରି ମହୋତ୍ସବ କରିବା ନିମନ୍ତେ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଥିଲେ । ଉଦଘାଟନ କାର୍ଯ୍ୟକ୍ରମର ସଂଯୋଜନା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିରଞ୍ଚି ନାରାୟଣ ପ୍ରଧାନ କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଓଲିଉଡ଼ ତାରକା ଭୁପିନ୍ଦ୍ରର ଓ ମୁନୁମୁନ ଏନକେରିଂ କରିଥିଲେ । ଏଥିରେ ଡିଆରଡିଏ ପିଡି ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଡେପୁଟି କଲେକ୍ଟର ଡ଼ଃ. ବିଜୟାନନ୍ଦ ସେଠି, ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଛତ୍ରପୁର ବିଡ଼ିଓ ଅମ୍ବିକା ପ୍ରସାଦ ଦାଶ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, ଆସିଷ୍ଟାଣ୍ଡ କଲେକ୍ଟର ଶରତ କୁମାର ପାତ୍ର, ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ଶଙ୍କର୍ଷଣ ପଟ୍ଟନାୟକ, ଅବସରପ୍ରାପ୍ତ ସଂସ୍କୃତି ବିଭାଗ ସହାୟକ ନିର୍ଦ୍ଦେଶକ କୃଷ୍ଣ ଚନ୍ଦ୍ର ନିଶଙ୍କ, ଜିଲ୍ଲା ଛତ୍ରପୁର କଳା ବିକାଶ କେନ୍ଦ୍ର ଛାତ୍ରୀ ମାନେ ଗୁରୁ ଅଳକା ସାହୁଙ୍କ ନେତୃତ୍ୱ ସମ୍ବଲପୁରୀ ନୃତ୍ୟୁ ପରିବେଷଣ କରାଯାଇଥିଲା । ରଣପା ନୃତ୍ୟୁ ସମୀର ବେହେରାଙ୍କ ଟିମ ପରିବେଷଣ କରିଥିଲେ । ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଦାସକାଠିଆ ଗୁରୁ ଉପେନ୍ଦ୍ର ପାଣିଗ୍ରାହୀ, ଭାରତଲୀଳା ଗୁରୁ ନବଘନ ପରିଡା ଓ ପଶୁ ନୃତ୍ୟ ଗୁରୁ ନାରାୟଣ ମହାରଣଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାପରେ ବଲିଉଡ ସିଙ୍ଗର ବାବା ସେହେଗଲ ଓ ସାଥି କଳାକାରମାନଙ୍କ ଦ୍ୱାରା ଆକର୍ଷଣୀୟ ସଙ୍ଗୀତ ପରିବେଷଣ କରାଯାଇଥିଲା । ଏହି ଅବସରରେ ପଲ୍ଲିଶ୍ରୀ ମେଳା ଓ ମୀନା ବଜାରରେ କୁନି କୁନି ପିଲାମାନଙ୍କ ଠାରୁ ଆରମ୍ଭ କରି ବହୁ ଜନସାଧାରଣଙ୍କ ଭିଡ଼ ଜମିଥିଲା । ଗ୍ରାନ୍ଥାଗାରିକ ଅମୀୟ ଧଳଙ୍କ ସମେତ ବହୁ ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ । ସେହିପରି ପୋଲିସ ପ୍ରଶାସନ ପକ୍ଷରୁ ଦିଆଇବି ଡ଼ିଏସପି ଅଜୟ କୁମାର ମିଶ୍ର, ଛତ୍ରପୁର ଏସଡ଼ିପିଓ ଗୌତମ କିଷାନ, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ, ଆର୍ଯ୍ୟପାଲ୍ଲୀ ସାମୁଦ୍ରିକ ଥାନା ଅଧିକାରୀ ଶର୍ମିଷ୍ଠା ପ୍ରଧାନଙ୍କ ସମେତ ବହୁ ପୋଲିସ ଅଧିକାରୀ ଯୋଗଦେଇ ଶାନ୍ତିଶୃଙ୍ଖଳା ରକ୍ଷା କରାଇଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା