

ଛତ୍ରପୁର (ସମୃଦ୍ଧ ଓଡିଶା) କଳା କୃଷି ଆଇନ ପ୍ରତ୍ୟାହାର, କେନ୍ଦ୍ର ସରକାରଙ୍କ କୃଷକ ମାରଣ ନୀତିକୁ ବିରୋଧ, କର୍ପୋରେଟ ଆଇନ ପ୍ରତ୍ୟାହାର, କଳା କୃଷି ଆଇନ ରଦ୍ଦ, କୃଷି ବିଲ ପ୍ରତ୍ୟାହାର, କୃଷକମାନଙ୍କ ପାଇଁ ବିଦ୍ୟୁତ ରିହାତି ପ୍ରଦାନ, ଦରଦାମ ବୃଦ୍ଧି ରୋକ ସହ ୨୨ ଦଫା ଦାବୀ ନେଇ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆଜି ଦିଆଯାଇଥିବା ବନ୍ଦ ଡ଼ାକରାରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଠାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ଜାତୀୟ କଂଗ୍ରେସ ପାର୍ଟି, ଋଷିକୂଲ୍ୟା ରୟିତ ମହାସଭା, କ୍ରାନ୍ତି ଯୁବ ଛାତ୍ର ସଂଗଠନ, ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ସହରରେ ପିକେଟିଂ କରି ବନ୍ଦ ପାଳନ କରାଯାଇଥିଲା । ସମସ୍ତେ ଏକ ରାଲିରେ ଛତ୍ରପୁର ସହର ପରିକ୍ରମା କରି ଦୋକାନ ବଜାର ବନ୍ଦ କରିବା ସହ ସରକାରୀ କାର୍ଯ୍ୟାଳୟ ବନ୍ଦ କରିଥିଲେ । ପରେ ଗଞ୍ଜାମ ଜିଲ୍ଲାପାଳ କାର୍ଯ୍ୟାଳୟ, ଉପ-ଜିଲ୍ଲାପାଳ କାର୍ଯ୍ୟାଳୟ, ଆରଟିଓ, ଡିଆରଡିଏ, ଏନ୍ଏସି ଏବଂ ବ୍ଲକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରି ସ୍ଲୋଗାନ ଦେବ ସହ ଜାତୀୟ ରାଜପଥ ବନ୍ଦ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କମୁନିଷ୍ଟ ପାର୍ଟିର ପୂର୍ବତନ ବିଧାୟକ ନାରାୟଣ ରେଡି, ନୀଳକଣ୍ଠ ଦାସ, ଚିଙ୍କରା ବେହେରା, ଭାନୁମତି ରେଡି, ଜନାର୍ଦନ ରେଡି, ବୁଶି ରେଡି ଓ କେଶବ ନାହାକ, କଂଗ୍ରେସ ପାର୍ଟି ପକ୍ଷରୁ ନଗର ସଭାପତି ଜଲାଲ ଖାନ, ବରିଷ୍ଠ ନେତା ଭାଗିରଥି ବେହେରା, ଆଇଏନଟିୟୁସି ଶ୍ରମିକ ନେତା ଇଜୁ ଅମିନ ଖାନ, କ୍ରାନ୍ତି ଯୁବ ଛାତ୍ର ସଂଗଠନ ଉପ ସଭାପତି କ୍ରୀଷ୍ଣା ରେଡି, ଋଷିକୂଲ୍ୟା ରୟିତ ମହାସଭାର ସଂପାଦକ ସୀମାଞ୍ଚଳ ନାହାକ, ବହୁଜନ କ୍ରାନ୍ତି ମୋର୍ଚା ସଭାପତି ସୁମା ଦାସ, ଏଚଏମଏସ୍ ଶ୍ରମିକ ନେତା ରାଜେନ୍ଦ୍ର ଦାସଙ୍କ ସମେତ ବିଭିନ୍ନ ସଂଗଠନର ବହୁ କର୍ମୀ ଅଂଶ ଗ୍ରହଣ କରି ଛତ୍ରପୁର ବନ୍ଦକୁ ସଫଳ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା








