



ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଛତ୍ରପୁର ସ୍ଥିତ ପୁତିଗୋପାଳପୁର ମସଜିଦରେ ଧର୍ମଗୁରୁ ହାଫିଜ୍ ମିନହାଜୀ ରଜ୍ଜାଙ୍କ ପୌରହିତ୍ୟରେ ନମାଜ ପାଠ କରି ଇଦ୍-ଉଲ୍-ଅଜହା ପାଳନ ହୋଇଯାଇଛି । ଏହି ଅବସରରେ ଛତ୍ରପୁର ମସଜିଦରେ ଇସୁବ୍ ଖାନ୍, ଇଜୁ ଆମିନ୍ ଖାନ୍, ଜଲାଲ ଖାନ, ସୟଦ୍ ସିରାଜ ଅହମ୍ମଦ, ବିଲ୍ଲା ଖାନ୍, ଫାତୁ ଖାନ୍, ଆଫତାବ ଖାନ୍, ଜାଖିର ଖାନ୍, ଆଫୋ ଖାନ୍, ଶିଖନ୍ଦର ଖାନ୍, ବପି ଖାନ୍, ସଲମାନ ଖାନ୍ ଓ ଓହ୍ବିଦ୍ ଖାନ୍ ପ୍ରମୁଖ ପରସ୍ପରକୁ ଆଲିଙ୍ଗନ କରି ଇଦ୍ ମୁବାରକର ଶୁଭେଚ୍ଛା ଜଣାଇଥିଲେ । ଇଦ୍-ଉଲ୍-ଅଜହା ହେଉଛି ମୁସଲମାନ ଭାଇ ଭଉଣୀମାନଙ୍କ ଦୁତୀୟ ବଡ୍ ପର୍ବ ଏହି ପର୍ବ ଇଦୁଲ ଫିତରର ପ୍ରୟତଃ ସତୁରି ଦି ମଧ୍ୟରେ ପଢିଥାଏ । ଏହି ପବିତ୍ର ପର୍ବକୁ ଇସଲାମ୍ ଧର୍ମ ବିଶ୍ଵାସୀ ଲୋକମାନେ ତ୍ୟାଗ ସମର୍ପଣ ଉତ୍ସର୍ଗ ବଳିଦାନର ପର୍ବ ରୂପେ ବୋଲି ମଧ୍ୟ ପାଳନ କରନ୍ତି । କିମ୍ବଦନ୍ତୀ ଇସଲାମନୁଯାୟୀ କୁହାଯାଏ ଯେ ହଜରତ ଇବ୍ରାହିମ୍ ନିଜ ଆଦିତ୍ୟ ପୁତ୍ର ସ୍ମାଇଲକୁ ଏହି ଦିନ ଖୁଦାର ହୁକୁମ କ୍ରମେ ନିଜ ପୁତ୍ରକୁ ଉସର୍ଗ କରିବା ପାଇଁ ବା ବଳି ଚଢାଇବା ପାଇଁ ଆଗେଇ ଆସିଥିଲେ । ଏହି ଉସର୍ଗିକୃତପଣ ସହାସକୁ ଦେଖି ଖୁଦା ବଳିଦାନକୁ ସ୍ଥଗିତ କରିଦେଇଥିଲେ । ଏହା ବଦଳରେ ଛେଳିକୁ ବଳିଦାନ ଦିଆଯାଇଥିଲା । ସେହିଦିନ ଠାରୁ ଆଲ୍ଲାଙ୍କ ଆହ୍ୱାନକ୍ରମେ ମୁସଲମାନ ମାନେ ଏହି ଦିନ ତ୍ୟାଗ ଉସର୍ଗ ସମର୍ପଣ ମନୋଭାବକୁ ନିଜ ଭିତରେ ସଂପ୍ରଦାୟରେ ଉଜ୍ଜୀବିତ କରିବାକୁ ଯାଇ ବଳିଦାନ ଦେଇ ଇଦ୍-ଉଲ୍ -ଅଜହା ପାଳନ କରିଥାନ୍ତି । ଏହି ଦିବସରେ ସମସ୍ତ ଭାଇମାନେ ଏକାଠି ହୋଇ ସକାଳେ ନମାଜ ପାଠ କରିଥାନ୍ତି । ନମାଜ ପାଠସାରିଲା ପରେ ଧର୍ମୀୟ ରିୟାଜନୁଯାୟୀ ନିଜ ଭିତର ସମସ୍ତ କୃରତାକୁ ଦ୍ୱାହି ଦେଇ ପରସ୍ପରକୁ ଆଲିଙ୍ଗନ କରି ଇଦ୍ ମୁବାରକର ଶୁଭେଚ୍ଛା ଜଣାଇଥାନ୍ତି । ଏହିଦିନ ଯେଉଁ ଭାଇମାନେ ଛେଳି ମେଣ୍ଢା ବଳିଦାନ କରିବାକୁ ଚାହାଁନ୍ତି ତାହାଙ୍କ ଘର ନିକଟରେ ସମସ୍ତେ ଉପାସନା କରି ଆଲ୍ଲାଙ୍କ ନାମରେ ଉସର୍ଗ କରିଥାନ୍ତି ବା ବଳିଦାନ ଦିଆଯାଇ ଥାଏ ସେଥିପାଇଁ ଅନେକାଂଶରେ ଏହାକୁ ବକରି-ଇଦ୍ ମଧ୍ୟ କୁହନ୍ତି । ଏବଂ ଇସଲାମିକ ପରମ୍ପରାନୁଯାୟୀ ସେହି ମାଂସକୁ ତିନି ଭାଗରେ ବିଭକ୍ତ କରାଯାଇଥାଏ । ଗୋଟିଏ ଭାଗ ନିଜ ପରିବାର ମଧ୍ୟରେ ବିଭାଜନ କରି ଦୁଇଭାଗକୁ ମୁସଲିମ ସମାଜ ମଧ୍ୟରେ ବାଣ୍ଟି ଦିଆଯାଇଥାଏ । ଏହି ବାଣ୍ଟିବା ନିଆରା ପରମ୍ପରା ବହୁ ଆଗରୁ ରହିଆସିଛି କାରଣ ଅନ୍ୟ ପରିବାର ମଧ୍ୟ ଏହି ଖୁସିର ପର୍ବ ଇଦ୍ ପାଳନରୁ ଯେମିତି ବଞ୍ଚିତ ନ ହୋଇ ସମସ୍ତେ ପାଳନ କରିପାରିବେ । ଏହାସହ ସମସ୍ତ ଭାଇ ଭଉଣୀମାନେ ପରସ୍ପର ଘରକୁ ଯାଇ ବଡ ମାନଙ୍କୁ ଇଦ୍ ମୁବାରକର ଶୁଭେଚ୍ଛା ଜଣାଇ ଆଶୀର୍ବାଦର କାମନା କରିଥାନ୍ତି । ଏହି ଦିନ ସମସ୍ତ ଘରମାନଙ୍କରେ ବିଭିନ୍ନ ସ୍ୱାଦିଷ୍ଟ ବ୍ୟଞ୍ଜନ ବ୍ୟଞ୍ଜନ ସିମିୟା ସରବତ ପ୍ରସ୍ତୁତ କରିଥାନ୍ତି । ଏଭଳି ଏହି ପର୍ବକୁ ମୁସଲମାନ ଭାଇମାନେ ହସଖୁସିରେ ଧୁମ ଧାମରେ ପାଳନ କରିଥାନ୍ତି । ଆଜି ହେଉଛି ସେହି ପର୍ବ ଏହି ଅବସରରେ ଆମ ପ୍ରତିନିଧି ନିମାଇଁ ଚରଣ ପଣ୍ଡା ମଧ୍ୟ ସେଠାକୁ ଯାଇ ମୁସଲମାନ ଭାଇ ମାନଙ୍କୁ ଇଦ ମୁବାରଖ ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା













