ଛତ୍ରପୁର ଆଇ.ଆର.ଇରେ ସତର୍କତା ଜାଗୃତି ସପ୍ତାହ ପାଳନ:କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବଣ୍ଟନ

ଛତ୍ରପୁର(ସମୃଦ୍ଧ ଓଡିଶା)କେନ୍ଦ୍ର ସରକାରଙ୍କ ଏକ ଲାଭଜନକ ସଂସ୍ଥା ଭାରତୀୟ ବିରଳ ମୂର୍ତ୍ତିକାରେ ଏକ ସପ୍ତାହ ବ୍ୟାପି ଚାଲିଥିବା ସତର୍କତା ଜାଗୃତି ସପ୍ତାହ ପାଳନ ଉଦଯାପନ ହୋଇଯାଇଅଛି । ଦୁର୍ନିତୀ ନିବାରଣ ସଂପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ କର୍ମଚାରୀ, ମହିଳା ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିବନ୍ଧ, ବକୃତା ତଥା ଭାଷଣ ପ୍ରତିଯୋଗିତା ସହ ବିଭିନ୍ନ ସ୍ଲୋଗାନ ପ୍ରଦର୍ଶନ କରାଯାଇଥିଲ।। ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଛତ୍ରପୁର ବାଳିକା ମହାବିଦ୍ୟାଳୟ, ଗୋପାଳପୁର ବିଜ୍ଞାନ ମହାବିଦ୍ୟାଳୟ ଆଦିରେ ଭ୍ରଷ୍ଟାଚାର ନୀରାକରଣ ପାଇଁ ଓ ନୂତନ ଭାରତର ନିର୍ମାଣ ଶୀର୍ଷକ ଉପରେ ଭାଷଣ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଶନିବାର ଦିନ ପ୍ରଶିକ୍ଷଣ ବିଭାଗର ସେମିନାର ହଲ୍ ରେ ସମାବର୍ତନ ଉତ୍ସବ କଂପାନୀର ମହାପ୍ରବନ୍ଧକ (ଏମଓପିପି)  ଅକ୍ଷୟ କୁମାର ପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଆଇଆରଇ ଓସକୋମର ମୁଖ୍ୟ ମହାପ୍ରବନ୍ଧକ ଏ.ଜେ.ଜନର୍ଥନନ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ  ଦୁର୍ନିତୀ ନିବାରଣ ସଚେତନତା ସଂପର୍କରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥୀ ଭାବେ ମହିଳା କଲ୍ୟାଣ କେନ୍ଦ୍ରର ପୃଷ୍ଠ ପୋଷକ ଜେ.ରାମଲକ୍ଷ୍ମୀ ଯୋଗଦେଇ ଦୁର୍ନିତୀ ନିବାରଣ ଉପରେ ଉପସ୍ଥିତ କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଥିଲେ । ଏହି ଉତ୍ସବରେ ଉପମହାପ୍ରବନ୍ଧକ ହରିହର ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରବନ୍ଧକ (ସତର୍କତା) ସୁରେଶ ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ । କଂପାନୀ ପକ୍ଷରୁ ସତର୍କତା ଜାଗୃତ ସପ୍ତାହ ପାଳନ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତି ଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟଅତିଥୀ ପୁରସ୍କାର ପ୍ରଦାନ କରିଥିଲେ । ଶେଷରେ  ଉପମହାପ୍ରବନ୍ଧକ ( ମାନବସମ୍ବଳ) ସ୍ଥିତପ୍ରଜ୍ଞ ମହାନ୍ତି  ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା