

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଆଶ୍ୱିନ କୃଷ୍ଣ ତୃତୀୟା କନ୍ୟା ସଂକ୍ରାନ୍ତିରେ ଛତ୍ରପୁର ଆଞ୍ଚଳିକ ବିଶ୍ୱକର୍ମା କାରିଗର ସଂଘର ପାରମ୍ପାରିକ ରୀତିରେ ବିଂଶ ତମ ଦେବ ଶିଳ୍ପୀ ପ୍ରଭୁ ବିଶ୍ୱକର୍ମାଙ୍କ ପୂଜା ହାଂସପୁର ଠାରେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ଭାସ୍କର ମହାରଣା ସଂଗଠନ ସମ୍ପାଦକ କୃଷ୍ଣ ଚନ୍ଦ୍ର ମହାରଣା, ଯୁଗ୍ମ ସମ୍ପାଦକ ବ୍ରଜେନ୍ଦ୍ର ମହାରଣା, ସହସଂପାଦକ ପ୍ରଭାତ ମହାରଣା ତଥା ବିଶ୍ଵନାଥ ମହାରଣା, ରାମହରି ମହାରଣା, ମହେନ୍ଦ୍ର ମହାରଣା, ତାରିଣୀ ମହାରଣା, ଗୁଣ୍ଡିଚା ମହାରଣା, ନୀଳାଞ୍ଚଳ ମହାରଣା, ନରସିଂହ ମହାରଣା, ବାଉରୀ ମହାରଣା, ବିଜୟ ମହାରଣା, ଅରକ୍ଷିତ ମହାରଣା, ସୁଦର୍ଶନ ମହାରଣାଙ୍କ ସମେତ ଅନେକ ସଭ୍ୟମାନେ ଅଂଶ ଗ୍ରହଣ କରି ସହଯୋଗ କରିଥିଲେ । ଏହି ଅବସରରେ ବିଶ୍ୱକର୍ମାଙ୍କୁ ଦର୍ଶନ କରି ତାଙ୍କ ପୂଜା ଓ ଆଶ୍ରିର୍ବାଦ ଲାଭ କରିବା ନିମନ୍ତେ ବହୁ ଭକ୍ତଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


