

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବ୍ଳକ୍ ଅନ୍ତର୍ଗତ କରତଳି ଗ୍ରାମରେ ଛତ୍ରପୁର ଥାନା ପକ୍ଷରୁ ଆମ ପୋଲିସ ସମିତିର ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଦିନରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କିପରି ଅବାଧ ଓ ନିରପେକ୍ଷ ଭାବେ ପରିଚାଳିତ ହେବ ଏବଂ କରୋନା ପରବର୍ତ୍ତୀ ସତର୍କତ୍ତା ଅବଲମ୍ବନ ତଥା ସାମାଜିକ ଆଇନ ଶୃଙ୍ଖଳା ସମ୍ବଳିତ ଅନେକ ତାତ୍ପର୍ଯ୍ୟ ଦେଇ ଛତ୍ରପୁର ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ଗାଁ’ର ବୃଦ୍ଧିଜୀବୀଙ୍କୁ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସରପଞ୍ଚ ନରସିଂହ ରେଡ୍ଡୀ, ସମିତି ସଭ୍ୟ ଜୟଦେବ ଲେଙ୍କା, ସେନାପତି ନାହାକ, ଜି.ରଘୁନାଥ ରେଡ୍ଡୀ, ଏସଏଚଜି ମହିଳା ଗ୍ରୁପ ପ୍ରତିନିଧି ଅନୂସୟା ନାହାକ, ତଥା ଗାଁର ଭଦ୍ରବ୍ୟକ୍ତି, ଏସଏଚଜି ମହିଳା ଗ୍ରୁପ ଗୋଷ୍ଠୀ ଆଶାଦିଦି, ଅଙ୍ଗନାବାଡ଼ି କର୍ମୀ ଏବଂ ଗାଁର ସମାଜସେବୀ, ସଜ୍ଜନମଣ୍ଡଳୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
