


ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଇଥଲେଟିକ ଏସୋସିଏସନ ପକ୍ଷରୁ ସୁସ୍ଥ ଛତ୍ରପୁର ସବୁଜ ଛତ୍ରପୁରର ବାର୍ତ୍ତା ଦେଇ ଏକ ଅଭିନବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ହିଁ ସମ୍ପଦ ନାରା ଦେଇ ସ୍ଥାନୀୟ ଷ୍ଟାଡିୟମ ପରିସରରେ ବରିଷ୍ଠ ନାଗରିକ(ମହିଳା ଓ ପୁରୁଷ)ମାନଙ୍କୁ ନେଇ ୱାକିଙ୍ଗ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା । ଏସୋସିଏସନ ପକ୍ଷରୁ ଛତ୍ରପୁରରେ ପ୍ରଥମ କରି ଏକ ନିଆରା ଢଙ୍ଗରେ କ୍ରୀଡା ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା । ପ୍ରଥମେ ବରିଷ୍ଠ ନାଗରିକ ପୁରୁଷ ବର୍ଗଙ୍କ ୱାକିଙ୍ଗ ପ୍ରତିଯୋଗିତା (୩ ରାଉଣ୍ଡ) ମଧ୍ୟରେ ଅନୁଷ୍ଠିତ କରାଯାଇଥିଲା । ଏହାକୁ ଛତ୍ରପୁର ଇଥଲେଟିକ ଏସୋସିଏସନ ସଭାପତି ସୁବର୍ଣ୍ଣମାଳା ବିଷୋୟୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ପ୍ରତିଯୋଗିତାରେ ପି.ଳଚ୍ଛମନ ରାଓ ପ୍ରଥମ ସ୍ଥାନ ଅଧିକାର ଗ୍ରହଣ କରିଥିବା ବେଳେ ଆର.ଦାଣ୍ଡାସି ରେଡ୍ଡୀ ଦ୍ଵିତୀୟ ସ୍ଥାନ ଓ ଲୋକନାଥ ବେହେରା ତୃତୀୟ ସ୍ଥାନ ପାଇଥିଲେ । ସେହିପରି ବରିଷ୍ଠ ନାଗରିକ ମହିଳା ବର୍ଗଙ୍କ ୱାକିଙ୍ଗ ପ୍ରତିଯୋଗିତା (୨ରାଉଣ୍ଡ) ମଧ୍ୟରେ ଅନୁଷ୍ଠିତ କରାଯାଇଥିଲା । ଏହାକୁ ଛତ୍ରପୁର ଇଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ନିରଞ୍ଜନ ପାତ୍ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ପ୍ରତିଯୋଗିତାରେ ପ୍ରମିଳା ସାହୁ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦମୟନ୍ତୀ ସାହୁ ଦ୍ଵିତୀୟ ସ୍ଥାନ ଓ ଏନ.ଜଗଦମ୍ବା ରେଡ୍ଡୀ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି ପରିପ୍ରେକ୍ଷୀରେ ଷ୍ଟାଡିୟମ ପରିସରରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଛତ୍ରପୁର ଇଥଲେଟିକ ଆସୋସିଏସନର ସଭାପତି ସୁବର୍ଣ୍ଣମାଳା ବିଷୋୟୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କରାଯାଇଥିଲା । ଏଥିରେ ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଭି.ଏସ.ଆଇ ମୂର୍ତ୍ତି ଓ ଅବସର ପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ତ୍ରିପାଠୀ ଅତିଥି ଭାବେ ଯୋଗଦେଇ ଏସୋସିଏସନ ପକ୍ଷରୁ ପ୍ରଥମ କରି ବରିଷ୍ଠ ନାଗରିକ ମାନଙ୍କୁ ନେଇ ଏହି ପ୍ରତିଯୋଗିତା କରାଯାଇଥିବାରୁ ପ୍ରଶଂସା କରିଥିଲେ ଏବଂ ସୁସ୍ଥ ଛତ୍ରପୁର ସବୁଜ ଛତ୍ରପୁର କିପରି ହୋଇପାରିବ ସେଥିପ୍ରତି ଗୁରୁତ୍ୱ ଦେବାକୁ କହିଥିଲେ । ଏହି ଅବସରରେ ଦୁଇଜଣ ପ୍ରତିଭା ଅବସରପ୍ରାପ୍ତ ପୋଲିସ କର୍ମଚାରୀ କେ.ନାରାୟଣ ରାଓ ଓ କ୍ରୀଡା ଶିକ୍ଷୟତ୍ରୀ ସୁବାସିନୀ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାସହ ବରିଷ୍ଠ ନାଗରିକ ପୁରୁଷ ଓ ମହିଳା ବର୍ଗର ୱାକିଙ୍ଗ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ୱାରା ଟ୍ରଫି ସହ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଛତ୍ରପୁର ଏଥଲେଟିକ ଏସୋସିଏସନ ପକ୍ଷରୁ କବାଡି ଖେଳିବା ନିମନ୍ତେ କୁକୁଡାଖଣ୍ଡିକୁ କୋଚ ସୁଶାନ୍ତ ନାୟକ ଓ ମ୍ୟାନେଜର ସରୋଜ କୁମାର ପାଢ଼ୀ ନେତୃତ୍ୱ ନେଇ କୃତିତ୍ୱ ହାସଲ କରିଥିବା ଟିମକୁ ଏସୋସିଏସନ ପକ୍ଷରୁ ପୁରସ୍କୃତ କରାଯାଇଥିଲା । ସ୍ୱତନ୍ତ୍ର ଭାବେ ବରିଷ୍ଠ ନାଗରିକ(ଦିବ୍ୟାଙ୍ଗ) କୈଳାସ ନାୟକଙ୍କୁ ଏହି ୱାକିଙ୍ଗ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବାରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଇଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ନିରଞ୍ଜନ ପାତ୍ର, ଉପସଭାପତି ଡ଼ଃ.ରାଜେନ୍ଦ୍ର ପ୍ରସାଦ ଦାସ, ଏ.ରାବଣା ରାଓ, ରବୀନ୍ଦ୍ର କୁମାର ସାହୁ, ଗଣେଶ ରାଓ, ସୁଶାନ୍ତ କୁମାର ନାୟକ, ଅନିତା ମିଶ୍ର, ସୁନିତା ପାତ୍ର, ବି.ରାଜୁବାବୁ, ଆମର ପ୍ରସାଦ ବିଷୋୟୀ, ଶ୍ରୀକାନ୍ତ ମହାନ୍ତି ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହାସହ ପୂର୍ବତନ କାଉନସିଲର ଟି.ଚନ୍ଦ୍ର ଶେଖର ରାଓ, କିଶୋର ଚନ୍ଦ୍ର ସେନାପତି, ଆଇନଜୀବୀ ବି.ଶ୍ରୀନିବାସ ରାଓ, ସୟଦ ମୁକ୍ତାର, ଓକିଲ ସଂଘର ସଭାପତି କେ.ଶିବରାମ ରେଡ୍ଡୀ, ଦୁର୍ଗା ପ୍ରସାଦ ସାହୁ, ତ୍ରିଲୋଚନ ବେହେରା, ପ୍ରଫୁଲ କୁମାର ସେନାପତି, ରିକାପଲ୍ଲୀ ବିରହନୁମାନ କ୍ଲବର ସମସ୍ତ ସଭ୍ୟ ଏବଂ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଏନଏସି ଛାତ୍ରମାନେ ସହଯୋଗ କରିଥିଲେ । ପ୍ରାରମ୍ଭରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ଭାଷଣ ପ୍ରଦାନ କରାଯାଇଥିଲା । ଏହି ପ୍ରତିଯୋଗିତା ନିମନ୍ତେ ସୁନିତା ପାତ୍ର ଓ ଦୁର୍ଗା ପ୍ରସାଦ ସାହୁ ବିଚାରକ ଭାବେ ଦାୟିତ୍ୱ ତୁଲାଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରାଧ୍ୟାପକ ଆମର ପ୍ରସାଦ ବିଷୋୟୀ ସଂଯୋଜନା କରିଥିଲେ । ସୂଚନା ଯେ ପୂର୍ବରୁ ଛତ୍ରପୁର ଇଥଲେଟିକ ଏସୋସିଏସନ ପକ୍ଷରୁ ଦିବାରାତ୍ର ଇଷ୍ଟର୍ଣ୍ଣଜୋନ ଜାତୀୟ ବାଳକ/ବାଳିକା ମଧ୍ୟରେ ଖୋଖୋ ପ୍ରତିଯୋଗିତା କରାଯାଇ ଜାତୀୟ ସ୍ତରରେ ସୁନାମ ଆଣିଥିଲେ । ଉପକ୍ରିଡା ସମ୍ପାଦକ ସୁଶାନ୍ତ କୁମାର ନାୟକ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା





