

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଉପଖଣ୍ଡରେ ୧ ଲକ୍ଷ ୩ ହଜାର ୮୮ଜଣଙ୍କ କୋଭିଡ୍ ପରୀକ୍ଷା ହୋଇଥିବା ଉପଖଣ୍ଡ ପ୍ରସାଶନ ପକ୍ଷରୁ ସୂଚନା ମିଳିଛି । କରୋନା ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବାରେ ରାଜ୍ୟ ସରକାରଙ୍କ ଗୋଷ୍ଠୀ ସହଭାଗୀ ମଡେଲ୍ ପ୍ରସ୍ତୁତ କରିବା ସଫଳତା ହୋଇଥିବା ପ୍ରସାଶନ ପକ୍ଷରୁ ସୂଚନା ଦିଆଯାଇଛି । ଗତ ଜୁଲାଇ ମାସ ୨୩ ତାରିଖ ସୁଦ୍ଧା ୧୧ ହଜାର ୨୬୦ଜଣଙ୍କୁ ପରୀକ୍ଷା ହୋଇଥିଲା । ୪୩ ଦିନ ମଧ୍ୟରେ ୯୦ହଜାର ୯୦ହଜାର ଲୋକଙ୍କ କୋଭିଡ ପରୀକ୍ଷା ହୋଇଛି । ଉପଖଣ୍ଡରେ ଆଜି ସୁଦ୍ଧା ୫୫୭୧ ଜଣଙ୍କ ସଂକ୍ରମଣ ଚିହ୍ନଟ ହୋଇଥିବା ଜଣାପଡିଛି । ସେଥିମଧ୍ୟରୁ ୫୨୩୫ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୨୭୮ ଜଣ ଏକ୍ଟିଭ କେସ୍ ରହିଛି । ସେହିପରି ଛତ୍ରପୁର ଉପଖଣ୍ଡରେ ୫୬ ଜଣ ମୃତ୍ୟୁ ହୋଇଥିବା ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଜଣାଇଛନ୍ତି । ସେହିପରି ଛତ୍ରପୁର ଉପଖଣ୍ଡରେ କୋଭିଡ଼ ନିୟମକୁ ଉଲ୍ଲଘଂନ କରିଥିବା ସହ ମାସ୍କ ନ ପିନ୍ଧିବା ସାମାଜିକ ଦୂରତା ଓ ବିଭିନ୍ନ ଉଲ୍ଲଘଂନକାରୀଙ୍କ ଉପରେ ଚଢାଉ କରି ସେମାନଙ୍କ ଠାରୁ ୩୧ଲକ୍ଷ ୬୭ ହଜାର ୬୦୦ ଟଙ୍କା ଜୋରିମାନା ଆଦାୟ କରାଯାଉଥିଲା ବୋଲି ଉପଜିଲ୍ଲାପାଳ ଶ୍ରୀ ପୃଷ୍ଟି ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

