

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ପ୍ରଶାସନ ଦ୍ୱାରା ଓରମାସ, ପଞ୍ଚାୟତରାଜ ବିଭାଗ ଓ ପାନୀୟ ଜଳ ଯୋଗାଣ ବିଭାଗ ଓଡିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଏକ ଛୋଟ ପ୍ରଦର୍ଶନୀ ଛତ୍ରପୁର ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ ଏହି ଛୋଟ ପ୍ରଦର୍ଶନୀର ଉଦଘାଟନ କରିଛନ୍ତି । ଆଜି ଠାରୁ ଆରମ୍ଭ କରାଯାଇଥିବା ଏହି ପ୍ରଦର୍ଶନୀ ଡିସେମ୍ବର ମାସ ୨୨ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ପ୍ରଦର୍ଶନୀରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ହସ୍ତଶିଳ୍ପୀ କଳାକାର ମାନଙ୍କ ଦ୍ୱାରା ବିଭିନ୍ନ ସାମଗ୍ରୀ ପ୍ରଦର୍ଶନ କରାଯାଇଛି । ଏହି ପ୍ରଦର୍ଶନୀରେ ମାନବ ଜାତୀୟ ଗ୍ରାମ୍ୟ ସାମଗ୍ରୀ ଗୁଡିକ ପ୍ରଦର୍ଶନ ସହିତ ବିକ୍ରିବଟା ଚାଲିଛି । ଘରକରଣା ସାମଗ୍ରୀ ସହିତ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ମଧ୍ୟ ଏଥିରେ ସ୍ଥାନ ପାଇଛି । ଏହି ପ୍ରଦର୍ଶନୀରେ ୬ଗୋଟି ଷ୍ଟଲ ଖୋଲା ଯାଇଛି । ଏହି ୬ଟି ଷ୍ଟଲରେ ୬ଟି ଏସଏଚଜି ଦଳକୁ ସୁଯୋଗ ପ୍ରଦାନ କରାଯାଇଛି । ଏମାନେ ୧୦ ଦିନ ପର୍ଯ୍ୟନ୍ତ ପ୍ରଦର୍ଶନ ସହିତ ସାମଗ୍ରୀ ବିକ୍ରି କରିବେ ଏବଂ ଦଶ ଦିନ ପରେ ଅନ୍ୟ ୬ ଜଣ ଏସଏଚଜି ଦଳକୁ ପ୍ରଦର୍ଶନୀ ସହିତ ବିକ୍ରିବଟା ନିମନ୍ତେ ସୁଯୋଗ ପ୍ରଦାନ କରାଯିବ ବୋଲି ଓରମାସର ଡେପୁଟି ଚିଫ ଏକଜୁଟିଭ ଅଫିସର ଡ଼ଃ ଜୋତି ପ୍ରକାଶ ମହାନ୍ତି ସୂଚନା ଦେଇଛନ୍ତି । ମାସ୍କ ପରିଧାନ ଏବଂ ସାମାଜିକ ଦୂରତ୍ୱ ବଜାଇ ରଖି ଦର୍ଶକ ଗଣ ପରିଦର୍ଶନ ସହିତ ସାମଗ୍ରୀ କିଣି ପାରିବେ । ଆଜିର ଏହି ଉଦଘାଟନୀ ଉତ୍ସବରେ ଜିଲ୍ଲା ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଛତ୍ରପୁର ବିଡ଼ିଓ ଅମ୍ବିକା ପ୍ରସାଦ ଦାଶ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କଧିକାରୀ ରବି ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ବୋଲି ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

