

ଛତ୍ରପୁର (ସମୃଦ୍ଧ ଓଡିଶା) କଂଗ୍ରେସ କମିଟି ପକ୍ଷରୁ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପିଆଜର ଆକାଶ ଛୁଆଁ ଦରବୃଦ୍ଧି ବିରୁଦ୍ଧରେ ଅଭିନବ ଉପାୟରେ ପିଆଜ ବିକି ପ୍ରତିବାଦ ଜଣାଇଲେ କଂଗ୍ରେସ ଦଳ । ଏହି ବିକ୍ଷୋଭ ଛତ୍ରପୁରର ସାଧାରଣ ଲୋକଙ୍କ ମଧ୍ୟରେ ଉନ୍ମାଦନା ସୃଷ୍ଟି କରିଥିଲା । କ୍ଷଣିକ ଭିତରେ ଲୋକେ ପିଆଜ କିଣିବା ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରୁଣ୍ଡ ହୋଇଯାଇଥିଲା ଏବଂ ଲାଇନରେ ଛିଡ଼ା ହେଇଥିବାରୁ ଠେଲାପେଲା ସ୍ଥିତି ମଧ୍ୟ ଉପୁଜିଥିଲା । କ୍ଷଣିକ ଭିତରେ ୨୦୦ କୁଇଣ୍ଟଲ ପିଆଜ ସରି ଯାଇଥିଲା । ବଜାରରେ ଏକ କିଲୋ ୧୨୦ରୁ ୧୫୦ ଟଙ୍କା ମଧ୍ୟରେ ବିକ୍ରି ହେଉଥିବା ବେଳେ କିଲୋ ପ୍ରତି ୬୦ ଟଙ୍କା ଲେଖାଏଁ ଛତ୍ରପୁର କଂଗ୍ରେସ କମିଟି ପକ୍ଷରୁ ବିକ୍ରି କରାଯାଇଥିଲା । ଏହି ବିକ୍ଷୋଭରେ କଂଗ୍ରେସ ନେତା ଭାଗିରଥି ବେହେରା, ଜି. ଏରେୟା, ଗଣପତି ବାରିକ, ସରପଞ୍ଚ ରାମସ୍ୱାମୀ ରେଡି, କାଳିଆ ରାଉଳ ଓ ଇଜୁ ଅମିନ ଖାନ ପ୍ରମୁଖ କେନ୍ଦ୍ର ରାଜ୍ୟ ସରକାରଙ୍କ ଅନିୟନ୍ତ୍ରିତ ପିଆଜ ଦରଦାମ ବୃଦ୍ଧିକୁ ନେଇ ପ୍ରତିବାଦ ପ୍ରଦର୍ଶନ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା


