
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ଖବର କାଗଜ ବିତରକମାନେ ଗୁରୁତ୍ୱପୁର୍ଣ୍ଣ ଭୁମିକା ନିର୍ବାହ କରିଥାନ୍ତି । କରୋନା ଭଳି ମହାମାରୀ ସମୟରେ ମଧ୍ୟ ସେମାନେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ପାଖରେ ଖବର କାଗଜ ପହଞ୍ଚାଇଥାନ୍ତି । ଯାହାଫଳରେ ଲୋକମାନେ କରୋନାରୁ କିପରୀ ଦୂରେଇ ରହିବେ ସଚେତନତା ସମ୍ବନ୍ଧରେ ଜାଣିପାରୁଛନ୍ତି । ଖବର କାଗଜ ବିତରକଙ୍କୁ ଜିଲ୍ଲା ପ୍ରଶାସନ, ବ୍ଲକ୍ ପ୍ରଶାସନ ତରଫରୁ କୌଣସି ଅଶୁ ସୁବିଧା ସୁଯୋଗ, ପ୍ରୋତ୍ସାହନା ମଧ୍ୟ ଏଭଳି ଭୟଙ୍କର ମହାମାରୀ ସମୟରେ ମିଳିନାହିଁ କିମ୍ବା ସେମାନଙ୍କୁ କରୋନା ଯୋଦ୍ଧାର ଜଣେ ଜଣେ ସ୍ବେଛାସେବୀ ଭାବେ ମାନ୍ୟତା ପ୍ରଶାସନ ନିକଟରେ ଗ୍ରହଣୀୟ ହୋଇ ନଥିବା ଏକ କ୍ଷୋଭର ବିଷୟ ଅଟେ । ଏଭଳି ଜନପ୍ରାଣୀଙ୍କୁ କୋରନା ଯୋଦ୍ଧା ଭାବେ ମାନ୍ୟତା ପ୍ରଦାନ କରିବା ନିମନ୍ତେ ଜିଲ୍ଲା ମହକୁମା ଛତ୍ରପୁରର ଖବର କାଗଜ ବିତରକ ସଂଘ ପକ୍ଷରୁ ଦାବୀ କରାଯାଇଛି । ଏନେଇ ରବିବାର ଛତ୍ରପୁର ନିକଟ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ମା’ ଉଜ୍ଜଳେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ସଂଘର ବରିଷ୍ଠ ସଦସ୍ୟ ସୁର୍ଯ୍ୟ ନାରାୟଣ ଶତପଥୀଙ୍କ ପୌରାହିତ୍ୟରେ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ସହର ସମସ୍ତ ଖବର କାଗଜ ବିକ୍ରେତା ମାନେ ଯୋଗଦେଇ ସଂଘର ଉନ୍ନତୀ ସକାଶେ ଆଲୋଚନା କରିଥିଲେ । ଏହାସହିତ ସଂଘର ନୂତନ ଭାବେ କର୍ମକର୍ତ୍ତା ଚୟନ କରାଯାଇଥିଲା । ସଭାପତି ଭାବେ ଯୁବ-ଆଇନଜିବୀ କିଶୋର ଚନ୍ଦ୍ର ସେନାପତି, ଉପ- ସଭାପତି ଭାବେ କେ. ଋମେଶ, ସାଧାରଣ ସଂପାଦକ ଭାବେ ନିରଞ୍ଜନ ଦାଶ, ସହ- ସମ୍ପାଦକ ସୁର୍ଯ୍ୟନାରାୟଣ ଶତପଥୀ ଓ ଉପଦେଷ୍ଟା ଭାବେ ଯୁବ-ସାମ୍ବାଦିକ ପ୍ରଶାନ୍ତ କୁମାର ମହାରଣାଙ୍କୁ ସର୍ବସମ୍ମତି ଭାବେ ଚୟନ କରାଯାଇଥିଲା । ସମସ୍ତ ଖବର କାଗଜ ବିତରକ ମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିବା ସହିତ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଦାବୀ ହୋଇଛି । ଏନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ଏକ ଦାବି ପତ୍ର ପ୍ରଦାନ କରାଯିବ ବୋଲି ସଂଘ ପକ୍ଷରୁ ଏକ ପ୍ରସ୍ତାବ ଆଗତ କରାଯାଇଥିଲା । ସଂଘର ସମସ୍ତ ସଦସ୍ୟ ମାନଙ୍କ ବୀମା ଯୋଜନା କରାଯିବା, ସଭିଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବା ନେଇ ଆଲୋଚନା ହୋଇଛି । ସଂଘ ସଭାପତି କିଶୋର ଚନ୍ଦ୍ର ସେନାପତି ବିଭିନ୍ନ ଆନୁସଂଘିକ ଉପରେ ସୂଚନା ଦେଇଥିଲେ । ପ୍ରାରମ୍ଭରେ ଉପ-ସଭାପତି କେ.ରମେଶ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶେଷରେ ସାଧାରଣ ସମ୍ପାଦକ ନିରଞ୍ଜନ ଦାଶ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି ବୈଠକରେ ସୁଶାନ୍ତ କୁମାର ମହାରଣା, ଏ.କେ. ଗୋବିନ୍ଦ ରାଓ, ଗଣେଷ ରେଡ୍ଡି, କୈଳାଶ ଚନ୍ଦ୍ର ପଣ୍ଡା, ସନ୍ତୋଷ ଗୌଡ, ବ୍ରଜବନ୍ଧୁ ରାଉଳ, ସଂଗ୍ରାମ ବ୍ରହ୍ମା, ଦିଲ୍ଲୀପ କୁମାର ଦାସ, କେ. ପୁରୁଷୋତ୍ତମ ପାତ୍ର, ଦୁର୍ଗା ପ୍ରସାଦ ସାମନ୍ତରା, ଭୁବନେଶ୍ୱର ସାହୁ ଓ ଏସ.ଏନ. ବେହେରାଙ୍କ ସମେତ ବହୁ ସଦସ୍ୟ ମାନେ ଉପସ୍ଥିତ ଥିଲେ ।