ଛତ୍ରପୁର ଜଗନ୍ନାଥ ମନ୍ଦିର ପକ୍ଷରୁ ୩୭ ବର୍ଷର ବ୍ୟବଧାନରେ ପତିତପାବନ ପଦଯାତ୍ରା…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଜଗନ୍ନାଥ ମନ୍ଦିର ପକ୍ଷରୁ ୩୭ ବର୍ଷ ବ୍ୟବଧାନରେ ପୁଣି ଥରେ ପତିତପାବନ ପଦଯାତ୍ରାର ଆୟୋଜିତ ହୋଇଯାଇଛି । ଶନିବାର ଭୋର ୫ଟା ବେଳେ ପାରମ୍ପରିକ ରୀତିରେ ପୂଜା କରି ଛତ୍ରପୁର ତାଡେପଲୀ ସାହିସ୍ଥିତ ଜଗନ୍ନାଥ ମନ୍ଦିର ଠାରୁ ଏହି ପଦଯାତ୍ରା ଆରମ୍ଭ ହୋଇଥିଲା । ଏକ ସୁସଜ୍ଜିତ ରଥରେ ଠାକୁର ମାନଙ୍କ ବିଜେ ବିଗ୍ରହମାନଙ୍କୁ ଉପବିଷ୍ଟ କରି ଶତାଧିକ ଭକ୍ତମାନେ ସଂକୀର୍ତ୍ତନ ମଣ୍ଡଳୀ ସହ ଟାଣି ଟାଣି ନେଇଥିଲେ । ଛତ୍ରପୁର ବ୍ଳକର କରାତଳି, ଗେଦଲପଲ୍ଲୀ ଓ ଗଞ୍ଜାମ ବ୍ଳକର ପୋଇରାଶିର ସଂକୀର୍ତ୍ତନ ମଣ୍ଡଳୀ ଯାତ୍ରାରେ ସାମିଲ ହୋଇଥିଲେ । ପତିତପାବନ ଯାତ୍ରାକୁ ରଘୁନାଥପୁର ଛକଠାରେ ସମାଜସେବୀ ଗଣପତି ସାହୁଙ୍କ ପରିବାର ଓ ଅଞ୍ଚଳବାସୀଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପୂର୍ବରୁ ୧୯୭୭ ଓ ୧୯୮୦ରେ ପୁରୀ ଏବଂ ୧୯୮୨ରେ ସାକ୍ଷୀଗୋପାଳ ଯାଇଥିଲେ । ପରବର୍ତ୍ତୀ କାଳରେ ପଞ୍ଚମା ଯିବାକୁ ସ୍ଥିର ହୋଇଥିବା ବେଳେ ଏଥିପାଇଁ ୩୭ ବର୍ଷ ଲାଗି ଗଲା । ଏହି କାର୍ଯ୍ୟକ୍ରମରେ ମନ୍ଦିର ପରିଚାଳକ ଜଗବନ୍ଧୁ ପାଣିଗ୍ରାହୀ, ଆଦିକନ୍ଦ ପାଣିଗ୍ରାହୀଙ୍କ ସମେତ ବିଶ୍ୱକର୍ମା ବିଜୟ ମହାରଣା ଓ ରଙ୍କନିଧି ରାଉଳ, ସଦାଶିବ ସାହୁ, ଅସିତ ପଟନାୟକ, ପ୍ରଭାକର ରାଓ, ମନୋରଞ୍ଜନ ସେନାପତି, ଶ୍ରୀକାନ୍ତ ମହାନ୍ତି, ଜଗଦୀଶ ରାଓ, ଭାଗଵତ ମହାପାତ୍ର, କୃଷ୍ଣ ସାହୁ, ବିବେକ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା