

ଛତ୍ରପୁର (ସମୃଦ୍ଧ ଓଡିଶା) ଗତ ରବିବାର ବିଳମ୍ବିତ ରାତିରେ ଛତ୍ରପୁର ଜାତୀୟ ରାଜପଥ ଦିଆରଡିଏ ଛକ ନିକଟରେ ଏକ ତେଲ ଟ୍ୟାଙ୍କର ଭାରସାମ୍ୟ ହରାଇ ଓଲଟି ପଡିଥିବା ସୂଚନା ମିଳିଛି । ଏହି ଟ୍ୟାଙ୍କର (ନଂ ଏପି ୨୬ ଟିଇ ୨୪୯୯) ଆନ୍ଧ୍ରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିବା ଜଣାପଡିଛି । ତେବେ ସୌଭାଗ୍ୟ ବଶତଃ ଟ୍ୟାଙ୍କରର ଡ୍ରାଇଭର କିମ୍ବା ହେଲପର ଏଥିରେ ଆହତ ହୋଇନଥିବା ସୂଚନା ମିଳିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା