
ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ବୃହତ ଜଳଯୋଗାଣ ଜାନିବିଲି ପ୍ରକଳ୍ପର ଅଗ୍ରଗତି ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି. ମାତିଭାଥ୍ରାନ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ବୃହତ ଜଳଯୋଗାଣ ଜାନିବିଲି ପ୍ରକଳ୍ପର ଅଗ୍ରଗତି ସମ୍ବନ୍ଧୀୟ ବୈଠକରେ ଯୋଗଦେଇ କହିଲେ ଯେ, ଏହି ପ୍ରକଳ୍ପ କାର୍ଯ୍ୟ ଚାଲିଛି ଏହାକୁ ଫେବ୍ରୁଆରୀ ୧୪ ତାରିଖ ସୁଦ୍ଧା ସଂପୂର୍ଣ୍ଣ କାର୍ଯ୍ୟ ଶେଷ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ଏହା ଆସନ୍ତା ୨୨ ତାରିଖରେ ଏହି ପ୍ରକଳ୍ପକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଜାନିବିଲି ଠାରୁ ବ୍ରହ୍ମପୁର ପର୍ଯ୍ୟନ୍ତ ୫୮ କିଲୋମିଟର ରାସ୍ତା ପାଇପ ବିଛାଇବା ନିମନ୍ତେ କାର୍ଯ୍ୟ ଚାଲିଥିବା ବେଳେ ୫୭ କିଲୋମିଟରର କାର୍ଯ୍ୟ ସରିଥିବା ବେଳେ ଆଉ ୧ କିଲୋମିଟର ପାଇପ ବିଛାଇବା ନିମନ୍ତେ କାର୍ଯ୍ୟ ବାକି ରହିଛି । ଏହି ବୃହତ ପାନୀୟ ଜଳ ପ୍ରକଳ୍ପ ଦ୍ୱାରା ବ୍ରହ୍ମପୁର ସମେତ ୫୩ଟି ଗ୍ରାମକୁ ଜଳଯୋଗାଣ କରାଯିବ । ଏହି ବୈଠକରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ବିଏମସି କମିଶନର ଚକ୍ରବର୍ତି ସିଂ ରାଠୋର, ଡୁଡ଼ୁ ପିଡ଼ି ସବ୍ୟସାଚୀ ହୋତା, ବ୍ରହ୍ମପୁର ଉପକଣ୍ଠ ଜନସ୍ୱାସ୍ଥ୍ୟ ବିଭାଗର ନିର୍ବାହୀ ଯନ୍ତ୍ରୀ ତଥା ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀ ସୀତାରାମ ପଣ୍ଡାଙ୍କ ସମେତ ପ୍ରକଳ୍ପ କାର୍ଯ୍ୟରେ କାର୍ଯ୍ୟ କରୁଥିବା ସମସ୍ତ ଅଧିକାରୀ ଓ ଯନ୍ତ୍ରୀମାନେ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା