ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଓ ଗଂଜାମ ଜିଲ୍ଲା ଆର୍ଥଲେଟିକ୍ ଆସୋସିଏସନ, ଜିଲ୍ଲା ପ୍ରଶାସନ ଏବଂ ଓଡିଶା ଖୋ-ଖୋ ଆସୋସିଏସନର ମିଳିତ ଆନୁକୂଲ୍ୟରେ ସର୍ବ ଭାରତୀୟ ପୂର୍ବାଞ୍ଚଳ ୨୨ତମ ସିନିୟର (ବାଳକ/ବାଳିକା) ବର୍ଗର ଦିବାରାତ୍ର ଖୋ-ଖୋ ଚମ୍ପିୟାନସିପ ଶୁକ୍ରବାର ଦିନଠାରୁ ଛତ୍ରପୁର ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଥିବା ବେଳେ ଶନିବାର ଦ୍ୱିତୀୟ ଦିନରେ ଓଡିଶା ସମେତ ଆସାମ, ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ମଣିପୁର, ନାଗାଲାଣ୍ଡ, ସିକିମ୍, ତ୍ରିପୁରା ଓ ପଶ୍ଚିମ ବଙ୍ଗ ରାଜ୍ୟର ଉଭୟ ବାଳକ/ବାଳିକା ଦଳ ମଧ୍ୟରେ ଗତକାଲି ଦିନ ଓ ରାତ୍ରରେ ମିଳିତ ଭାବେ ୧୮ ଗୋଟି ଲିଗ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ଦିବାରେ୧୧ଟି ଲିଗ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ରାତ୍ରରେ ୭ଟି ଲିଗ୍ ମ୍ୟାଚ ଅନୁଷ୍ଠିତ ହୋଇଥିଲ। । ଗତକାଲି ଦିବାରେ ଅନୁଷ୍ଠିତ ୧୧ଟି ଲିଗ ମ୍ୟାଚରେ ପଶ୍ଚିମବଙ୍ଗ ସହ ମଣିପୁର (ବାଳକ) ଦଳ ମଧ୍ୟରେ ମୁକାବିଲା ହୋଇଥିବା ବେଳେ ପଶ୍ଚିମବଙ୍ଗ ୨୦-୬ ପଏଣ୍ଟରେ ବିଜୟୀ ହୋଇଛି । ସେହିପରି ଓଡିଶା ସହ ବିହାର (ବାଳିକା) ଦଳ ମଧ୍ୟରେ ଓଡିଶା ୨୦-୨ ପଏଣ୍ଟରେ ବିଜୟୀ ହୋଇଛି । ଝାଡଖଣ୍ଡ ସହ ନାଗାଲାଣ୍ଡ (ବାଳକ) ଦଳ ମଧ୍ୟରେ ଝାଡଖଣ୍ଡ ୧୮-୯ ପଏଣ୍ଟରେ ବିଜୟୀ ହୋଇଛି । ଆସାମ ସହ ତ୍ରିପୁରା (ବାଳକ) ଦଳ ମଧ୍ୟରେ ଆସାମ ୨୦-୧୭ ପଏଣ୍ଟରେ ବିଜୟ ହୋଇଛି । ଓଡିଶା ସହ ବିହାର (ବାଳକ) ଦଳ ମଧ୍ୟରେ ମୁକବିଲାରେ ଓଡିଶା ୨୬-୬ ପଏଣ୍ଟରେ ବିଜୟ ହାସଲ କରିଛନ୍ତି । ପଶ୍ଚିମବଙ୍ଗ ସହ ଝାଡଖଣ୍ଡ (ବାଳିକା ) ଦଳ ମଧ୍ୟରେ ପଶ୍ଚିମବଙ୍ଗ ୧୫-୪ ପଏଣ୍ଟରେ ବିଜୟ ଦାସଲ କରିଛନ୍ତି । ଆସାମ ସହ ମଣିପୁର (ବାଳିକା) ଦଳ ମଧ୍ୟରେ ଆସାମ ୯-୭ ପଏଣ୍ଟରେ ବିଜୟୀ ହୋଇଛି । ମଧ୍ୟପ୍ରଦେଶ ସହ ସିକିମ୍ (ବାଳିକା) ଦଳ ମଧ୍ୟରେ ମଧ୍ୟପ୍ରଦେଶ ୨୦-୧ ପଏଣ୍ଟରେ ବିଜୟୀ ହୋଇଛି । ଝାଡାଖଣ୍ଡ ସହ ମଧ୍ୟପ୍ରଦେଶ (ବାଳକ) ଦଳ ମଧ୍ୟରେ ଝାଡଖଣ୍ଡ ୨୪-୨୩ ପଏଣ୍ଟରେ ବିଜୟ ହାସଲ କରିଛନ୍ତି । ବିହାର ସହ ନାଗାଲାଣ୍ଡ (ବାଳକ) ଦଳ ମଧ୍ୟରେ ବିହାର ୧୭-୪ ପଏଣ୍ଟରେ ବିଜୟୀ ହୋଇଛନ୍ତି । ସେହିପରି ପଶ୍ଚିମବଙ୍ଗ ସହ ଆସାମ (ବାଳକ) ଦଳ ମଧ୍ୟରେ ପଶ୍ଚିମବଙ୍ଗ ୧୯-୩ ପଏଣ୍ଟରେ ବିଜୟୀ ହୋଇଛନ୍ତି । ରାତ୍ରରେ ଅନୁଷ୍ଠିତ ୭ଟି ଲିଗ ମ୍ୟାଚରେ ପଶ୍ଚିମବଙ୍ଗ ସହ ମଧ୍ୟପ୍ରଦେଶ(ବାଳିକା) ଦଳ ମଧ୍ୟରେ ପଶ୍ଚିମବଙ୍ଗ ୧୩-୪ ପଏଣ୍ଟ ବିଜୟୀ ହୋଇଛନ୍ତି । ମଣିପୁର ସହ ତ୍ରିପୁରା (ବାଳକ) ଦଳ ମଧ୍ୟରେ ମଣିପୁର ୧୪-୧୧ ପଏଣ୍ଟରେ ବିଜୟୀ ହୋଇଛନ୍ତି । ମଧ୍ୟପ୍ରଦେଶ ସହ ନାଗାଲାଣ୍ଡ (ବାଳକ) ଦଳ ମଧ୍ୟରେ ମଧ୍ୟପ୍ରଦେଶ୧୯-୧୬ ପଏଣ୍ଟରେ ବିଜୟୀ ହାସଲ କରିଛି । ଓଡିଶା ସହ ମଣିପୁର (ବାଳିକା) ଦଳ ମଧ୍ୟରେ ଓଡିଶା ୧୦-୪ ପଏଣ୍ଟରେ ବିଜୟୀ ହୋଇଛି । ଝାଡଖଣ୍ଡ ସହ ସିକିମ (ବାଳିକା) ଦଳ ମଧ୍ୟରେ ଝାଡଖଣ୍ଡ ୧୩-୦ ପଏଣ୍ଟରେ ବିଜୟୀ ହାସଲ କରିଛି । ଆସାମ ସହ ବିହାର (ବାଳିକା) ଦଳ ମଧ୍ୟରେ ଆସାମ ୧୪-୬ ପଏଣ୍ଟରେ ବିଜୟୀ ହାସଲ କରିଛି । ସେହିପରି ଓଡିଶା ସହ ମଧ୍ୟପ୍ରଦେଶ (ବାଳକ) ଦଳ ମଧ୍ୟରେ ମୁକାବିଲାରେ ଓଡିଶା ୨୦-୫ପଏଣ୍ଟରେ ବିଜୟୀ ହୋଇଛି । ଗତକାଲି ସମସ୍ତ ଲିଗ୍ ମ୍ୟାଚ ସରିଲାପରେ ପୁଲ (ଏ) ପଶ୍ଚିମବଙ୍ଗ (ବାଳକ)ଦଳ ପ୍ରଥମ ହୋଇଥିବା ବେଳେ ମଣିପୁର (ବାଳକ) ଦଳ ଦ୍ୱିତୀୟ ସ୍ଥାନ ରହିଥିବା ବେଳେ ପୁଲ (ବି) ଓଡିଶା (ବାଳକ) ଦଳ ଓଡିଶା ପ୍ରଥମ ସ୍ଥାନ ରହିଥିବା ବେଳେ ଝାଡଖଣ୍ଡ (ବାଳକ) ଦଳ ଦ୍ୱିତୀୟ ସ୍ଥାନ ରହିଛି । ସେହିପରି ପୁଲ (ଏ) ଓଡିଶା (ବାଳିକା) ଦଳ ପ୍ରଥମ ସ୍ଥାନରେ ରହିଥିବା ବେଳେ ଆସାମ (ବାଳିକା) ଦଳ ଦ୍ୱିତୀୟ ସ୍ଥାନରେ । ପୁଲ (ବି) ପଶ୍ଚିମବଙ୍ଗ (ବାଳିକା) ଦଳ ପ୍ରଥମ ସ୍ଥାନ ରହିଥିବା ବେଳେ ଝାଡଖଣ୍ଡ (ବାଳିକା) ଦଳ ଦ୍ୱିତୀୟ ସ୍ଥାନରେ ରହିଛି । ଆଜି ରବିବାର ଉଦଯାପନୀ ଉତ୍ସବରେ ବାଳିକା ବର୍ଗର ପ୍ରଥମ ସେମିଫାଇନାଲ ଓଡିଶା ସହ ଝାଡଖଣ୍ଡ ସହିତ ମୁକାବିଲା ହେବ ଏବଂ ଆସାମ ସହ ପଶ୍ଚିମବଙ୍ଗ ଦଳ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ । ସେହିପରି ବାଳକ ବର୍ଗର ସେମିଫାଇନାଲରେ ପଶ୍ଚିମବଙ୍ଗ ସହ ଝାଡଖଣ୍ଡ ଦଳ ଏବଂ ମଣିପୁର ସହ ଓଡିଶା ଦଳ ମଧ୍ୟରେ ମୁକାବିଲା ହେବ । ସଂନ୍ଧ୍ୟାରେ ୫ାଟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି । ଗତକାଲି ଦ୍ୱିତୀୟ ଦିବସରରେ ଗଂଜାମ ଜିଲ୍ଲା ଆର୍ଥଲେଟିକ ଆସୋସିଏସନର ସଂପାଦକ ଅଶୋକ କୁମାର ସାହୁ, ଛତ୍ରପୁର ଆର୍ଥଲେଟିକ ଆସୋସିଏସନର ସଭାନେତ୍ରୀ ସୂବର୍ଣ୍ଣମାଳା ବିଷୋୟୀ, ସଂପାଦକ ରୋଟାରୀୟନ ନୀରଞ୍ଜନ ପାତ୍ର, ଛତ୍ରପୁର ଆର୍ଥଲେଟିକ ଆସୋସିଏସନର କମିଟି ସଭ୍ୟ ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ, ଏ.ରାବଣା ରାଓ, ପ୍ରଫୁଲ କୁମାର ପଟ୍ଟନାୟକ, ଟି.ଚନ୍ଦ୍ର ଶେଖର ରାଓ, ଡି.ଗଣେଷ ରାଓ, ରାଜେନ୍ଦ୍ର କୁମାର ଦାଶ, ବି.ରାଜୁ ବାବୁ, ଶ୍ରୀକାନ୍ତ ମହାନ୍ତି, ପ୍ରଶାନ୍ତ କୁମାର ବିଷୋୟୀ, ସୁନିତା ପାତ୍ର, ଡଃ. ଅନୀତା ମିଶ୍ର, ସରୋଜ କୁମାର ପାଢୀ, ସୁଶାନ୍ତ କୁମାର ନାୟକ, ବସନ୍ତ କୁମାର ମହାରଣା, ପ୍ରଶାନ୍ତ କୁମାର ମହାରଣା, ଅଟ୍ଟଳ ବିହାରୀ ପଟ୍ଟନାୟକ, ପ୍ରଶାନ୍ତ କୁମାର ବେହେରା, ବାବୁଲି ସାହୁ ସମେତ ଛତ୍ରପୁର ଅ୍ଧକ୍ଷପାଖ ଅଂଚଳର ବହୁ ବୁଦ୍ଧିଜିବୀ , କ୍ରିଡାବିତ୍ ମାନେ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଚମ୍ପିୟାନସିପ ନିମନ୍ତେ କ୍ରୀଡା ପରିଚାଳନାରେ ଅଫିସିଆଲ ଭାବେ୨୫ ଜଣ (ଅମ୍ପାୟର, ରେଫରୀ, ଟାଇମ୍ କିପର, ଆସିଷ୍ଟାଣ୍ଡ ସ୍କୋରର ଏବଂ ଟେବୁଲ ସ୍କୋରର) ରହିଥିବା ବେଳେ ଏମାନଙ୍କୁ ସହଯୋଗ କରିବା ନିମନ୍ତେ ୫୦ଜଣ କ୍ରୀଡା ଶିକ୍ଷକ ମଧ୍ୟ ସାମିଲ ଅଛନ୍ତି । ଏହି ତିନିଦିନିଆ ଚମ୍ପିୟାନସିପରେ ଓଡିଶା ସମେତ ଆସାମ, ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ. ମଣିପୁର, ନାଗାଲାଣ୍ଡ, ସିକିମ୍ , ତ୍ରିପୁରା ଓ ପଶ୍ଚିମ ବଙ୍ଗ ରାଜ୍ୟର ଉଭୟ ବାଳକ ଓ ବାଳିକା ଦଳ ସାମିଲ ହୋଇଛନ୍ତି । ଏହି ଚମ୍ପିୟାନସିପ୍ ଫେବୃୟାରୀ ୧ଠାରୁ ୩ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିିତ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା