


ଛତ୍ରପୁର (ସମୃଦ୍ଧ ଓଡିଶା) ଦକ୍ଷିଣାଞ୍ଚଳ ଡିଆଇଜି ଆଶିଷ କୁମାର ସିଂଙ୍କୁ ଛତ୍ରପୁର ନିକଟ ତାମ୍ପରାରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲା ଆରକ୍ଷୀଙ୍କ ତରଫରୁ ଅନୁଷ୍ଠିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଆଇନ ଶୃଙ୍ଖଳା ପରିଚାଳନା ଓ ଅପରାଧ ଦମନରେ ଶ୍ରୀ ସିଂଙ୍କ ଉଲ୍ଲେଖନୀୟ କୃତିତ୍ୱକୁ ଜିଲ୍ଲାବାସୀ ଭୁଲିବେ ନାହିଁ ବୋଲି ମତ ପ୍ରକାଶ ପାଇଛି । ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦକ୍ଷିଣ ପୂର୍ବାଞ୍ଚଳ ଡ଼ିଆଇଜି ହିମାଂଶୁ ଲାଲ୍, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ବ୍ରହ୍ମପୁର ଏସପି ପିନାକ ମିଶ୍ର, ଡ଼ିଅରଡ଼ିଏ ପିଡ଼ି ଇଂ. ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ବ୍ରହ୍ମପୁର ମହାନଗର କମିଶନର ଚକ୍ରବର୍ତ୍ତୀ ସିଂହ ରାଥୋଡ୍, ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀ, ଡ଼ୁଡ଼ା ପିଡ଼ି ସବ୍ୟସାଚୀ ହୋତା, ଡ଼ିଆରଡ଼ିଏ ଏପିଡ଼ି ଦେବବ୍ରତ ସାହୁ, ଗଞ୍ଜାମ ଅତିରିକ୍ତ ଏସପି ପତିତପାବନ ଚୌଧୁରୀ ଓ ଅମରେଶ ପଣ୍ଡା, ଗୋପାଳପୁର ପୋର୍ଟ ସିିଇଓ କ୍ୟାପଟେନ୍ ସନ୍ଦୀପ ଅଗ୍ରୱାଲ, ଗଞ୍ଜାମ ଆରଟିଓ ସଞ୍ଜୟ କୁମାର ବିଶ୍ୱାଳଙ୍କ ସମେତ ଗଞ୍ଜାମ ପୁଲିସ ଜିଲ୍ଲାର ସମସ୍ତ ପୋଲିସ କର୍ମଚାରୀ ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଅଂଶ ଗ୍ରହଣ କରିଛନ୍ତି । ଦକ୍ଷିଣାଞ୍ଚଳ ଡିଆଇଜି ଶ୍ରୀ ସିଂଙ୍କ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱ ସହ ଗୁଇନ୍ଦା ବିଭାଗର ଡିଆଇଜି ପଦବିକୁ ବଦଳି କରାଯାଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା













