
ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ନୂତନ ବିଡିଓ ଭାବେ ଆଜି ଅମ୍ବିକା ପ୍ରସାଦ ଦାଶ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ସେ ଯାଜପୁର ଜିଲ୍ଲାର ଧର୍ମଶାଳା ଓ କଂଟାପଡ଼ା ବିଡିଓ ଥିଲେ । ସେ ୨୦୦୬ ମସିହା ଓଏଏସ ବ୍ୟାଚର ଅଟନ୍ତି । ବ୍ଲକର ପୂର୍ବତନ ବିଡିଓ ଭାବେ ଦାୟିତ୍ୱରେ ଥିବା ସଚିଦାନନ୍ଦ ନାୟକଙ୍କ ବଦଳି ଛତ୍ରପୁର ଅତିରିକ୍ତ ଉପଜିଲ୍ଲାପାଳ ଭାବେ ହୋଇଛି । ଶ୍ରୀ ନାୟକ ଆଜି ନୂତନ ବିଡିଓଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ଏହି ଅବସରରେ ନୂତନ ବିଡିଓ ଦାଶଙ୍କୁ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ.ଧନଂଜୟ ରେଡ୍ଡି ଏବଂ ବ୍ଲକର ସମସ୍ତ କର୍ମଚାରୀମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା