

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ପୋଲିସ ଥାନା ପକ୍ଷରୁ ୩୦ତମ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଏକ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳ ୯ଟା ସମୟରେ ଛତ୍ରପୁର ଥାନା ସମ୍ମୁଖରେ ପୋଲିସ କର୍ମଚାରୀ, ଛତ୍ରପୁର ଜନସାଧାରଣ ମିଳିତ ଭାବେ ହେଲିମେଟ୍ ପିନ୍ଧି ଶତାଧିକ ବାଇକ ଯୋଗେ ସଡ଼କ ସୁରକ୍ଷା ଜୀବନ ରକ୍ଷା ନାରାବାଜି ଦେଇ ଏକ ଶୋଭାଯାତ୍ରାରେ ବାହାରି ଛତ୍ରପୁର ସହର ପରିକ୍ରମା କରି ଲୋକମାନଙ୍କୁ ସଡ଼କ ସୁରକ୍ଷା ଉପରେ ଗାଡ଼ି ଚଳାଇବା ସମୟରେ ମୋବାଇଲ୍ ବ୍ୟବହାର କରନ୍ତୁ ନାହିଁ, ବାଇକରେ ଦୁଇଜଣରୁ ଅଧିକ ବ୍ୟକ୍ତି ବସାନ୍ତୁ ନାହିଁ, ଗାଡ଼ି ଚଳାଇବା ବେଳେ ନିଜେ ସିଟ୍ ବେଲଟ ପିନ୍ଧି ବସନ୍ତୁ, ଦୁଇ ଚକିଆ ଯାନ ଚଲାଇବା ବେଳେ ହେଲିମେଟ୍ ପିନ୍ଧନ୍ତୁ ଏବଂ ମଦପାନ ଚାଳକ ଦେଶର ଶତ୍ରୁ ବୋଲି ବିଭିନ୍ନ ସ୍ଲୋଗାନ୍ ମାଧ୍ୟମରେ ଲୋକମାନଙ୍କୁ ସଚେତନା କରାଇଥିଲେ । ଏହି ସଚେତନ ଶୋଭାଯାତ୍ରାକୁ ଛତ୍ରପୁର ଏସଡ଼ିପିଓ ରମେଶ ଚନ୍ଦ୍ର ସେଠୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାଏ, ସେକେଣ୍ଡ୍ ଅଫିସର ଟି. ରାଙ୍ଗା ବାବୁ, ସବି ଇନିସପେକ୍ଟର ଭାଗ୍ୟଶ୍ରୀ ସ୍ୱାଇଁଙ୍କ ସମେତ ବହୁ ପୋଲିସ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
