ଛତ୍ରପୁର ବିଧାୟକ ବିଭିନ୍ନ ସମସ୍ୟାର ସମାଧାନ କରବା ନିମନ୍ତେ ଖୋର୍ଦ୍ଧା ଡି.ଆର.ଏମଙ୍କୁ ଦେଲେ ଦାବୀ ପତ୍ର…

ଛତ୍ରପୁର (ସମୃଦ୍ଧ ଓଡିଶା) ରେଳ ଷ୍ଟେସନ ଓ ଏହାର ପରିପାର୍ଶ୍ଵିକ ଭିତ୍ତିଭୂମିର ଉନ୍ନତି କରଣ ନିମନ୍ତେ ଗତକାଲି ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଖୋର୍ଦ୍ଧା ଡି.ଆର.ଏମଙ୍କୁ ସାକ୍ଷାତ କରି ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ସେହି ଦାବୀ ପତ୍ରରେ ଉଲ୍ଲେଖ ଅଛି ଯେ ଛତ୍ରପୁରରେ ସମସ୍ତ ଦୃତଗାମୀ ଟ୍ରେନକୁ ରଖାଯାଉ, ଛତ୍ରପୁର ବଡ ରେଡ଼ିକା ସାହି ନିକଟସ୍ଥ ୨୯୧ ରେଳ ଫାଟକକୁ ପୁନର୍ବାର କାର୍ଯ୍ୟକ୍ଷମ କରାଯାଉ, ରମ୍ଭା ଷ୍ଟେସନରେ ବିଭିନ୍ନ ଦୃତଗାମୀ ଟ୍ରେନକୁ ରଖାଯାଉ, ନରସିଂହପୁର ଷ୍ଟେସନକୁ ପୁନଃ କାର୍ଯ୍ୟକ୍ରମ କରାଯାଉ ବୋଲି ଦାବୀ କରାଯାଇଛି । ଏହି ଅବସରରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଖୋର୍ଦ୍ଧା ଡି.ଆର.ଏମ ଶଶୀକାନ୍ତ ସିଂଙ୍କୁ ସାକ୍ଷାତ କରି ସମସ୍ତ ଦାବୀ ଗୁଡିକ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ଦାବୀ ଗୁଡିକୁ ତୁରନ୍ତ ପୂରଣ ନିମନ୍ତେ ନିଶ୍ଚିତ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଏହି ଦାବୀ ପତ୍ର ପ୍ରଦାନ ବେଳେ ପୂର୍ବତନ ସାଂସଦ ପ୍ରତିନିଧି ଜି. ପାପା ରାଓ ଉପସ୍ଥିତ ରହିଥିଲେ ।

ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା