

ଛତ୍ରପୁର (ସମୃଦ୍ଧ ଓଡିଶା) ସୋମବାର ଅପରାହ୍ନରେ ଛତ୍ରପୁର ନିକଟସ୍ଥ ବିରେଶ୍ଵର ମନ୍ଦିର ପାଖରେ ଥିବା ଏକ ପୋଖରିରେ ବୁଡି ୨ କୋମକମତି ଭାଇ ଭଉଣିଙ୍କ ମୃତ୍ୟୁ ଘଟି ଯାଇଥିବା ଜଣାପଡିଛି । ଏହି ଖବର ପ୍ରଚାରିତ ହେବା ପରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଛତ୍ରପୁର ନିକଟସ୍ଥ ଦାମିନୀନଗରର ବାସିନ୍ଦା ପିତା ଶିବ ମହାପାତ୍ର ଓ ମାତା ଭାରତୀ ମହାପାତ୍ରଙ୍କ କାନ୍ଦ ଭବାଳିରେ ସମସ୍ତ ଆତ୍ମିୟ ଓ ସାହି ବାସିନ୍ଦା ଆଜି ଅଶ୍ରୁଛଳ ଆଖିରେ ନିର୍ବାକ ହୋଇପଡିଛନ୍ତି । ଆଜି ମଧ୍ୟାହ୍ନ ଦୁଇ ଘଣ୍ଟା ସମୟରେ ଦୁଇ ଶିଶୁ ସୌଚ କରିବାକୁ ଯାଇ ଆଉ ଫେରିନଥିଲେ । ବହୁ ସମୟ ବିଳମ୍ଭ ହେବା ପରେ ପିତା ଶିବ ମହାପାତ୍ର ଖୋଜା ଖୋଜି ଆରମ୍ଭ କରି ଦେଇଥିଲେ । ବହୁ ସମୟ ପରେ ବିରେଶ୍ଵର ମନ୍ଦିର ପାଖ ପୋଖରିରେ ପୁଅ ବାଦଲ ମହାପାତ୍ର(୫)ର ମୃତ ଦେହ ଭାଶୁଥିବା ଦେଖି ପୋଖରି ଭିତରକୁ ଦୈଡି ପଳାଇ ଉଦ୍ଧାର କରିଥିଲେ ପୁଣି ଖୋଜା ଖୋଜି କରିବା ପରେ ଭଉଣୀ ବର୍ଷା(୪)ର ମଧ୍ୟ ମୃତ ଦେହ ମିଳିଥିଲା । ଘଟଣା ସ୍ଥଳକୁ ଛତ୍ରପୁର ଥାନା ଆଇଆଇସି ଛତ୍ରପୁର ପ୍ରିୟଂଶ ରଞ୍ଜନ ଛୋଟରାୟ ଓ ଛତ୍ରପୁର ଅତିରିକ୍ତ ତହସିଲଦାର୍ ଯଶ୍ଳୀନ ପ୍ରଧାନ ପହଞ୍ଚି ଘଟଣା ସଂପର୍କରେ ତଦନ୍ତ କରିଥିଲେ । ଦୁଇ ମୃତ ଶରୀରକୁ ବ୍ୟବଛେଦ କରିବା ପାଇଁ ଛତ୍ରପୁର ମେଡ଼ିକାଲକୁ ନିଆଯାଇଥିଲା । ଚିକଲଖଣ୍ଡି ପୂର୍ବତନ ସରପଞ୍ଚ ଡି ରାମଶ୍ଵାମୀ ରେଡ଼ି ପରିବାର ବର୍ଗଙ୍କ ପାଖରେ ରହି ସାନ୍ତ୍ବନା ଦେବା ସହ ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା