
ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ଭୁତାଣୁ ସଂକ୍ରମଣରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୫ଶହ ଆଣ୍ଟିଜେନ୍ କିଟ୍ ଜିଲ୍ଲାକୁ ପଠାଯାଇ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆଣ୍ଟିଜେନ୍ ଟେଷ୍ଟ୍ ଆରମ୍ଭ କରାଯାଇଛି । ଯାହା ଫଳରେ ଲୋକମାନେ କରୋନାରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ସହଜରେ ଜଣାପଡ଼ିଯିବ ବୋଲି ଜଣାଯାଇଛି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ବ୍ଲକରେ ଆଣ୍ଟିଜେନ୍ ଟେଷ୍ଟିଂ ଗତ ଦୁଇଦିନ ତଳେ ସୁନ୍ଦରପୁର ପଞ୍ଚାୟତରେ ଆରମ୍ଭ ହୋଇଥିବା ବେଳେ ଗତକାଲି ବଡ଼ବାଧପୁର ପଞ୍ଚାୟତରେ ମଧ୍ୟ ୫୧ଜଣଙ୍କ ଆଣ୍ଟିଜେନ୍ ଟେଷ୍ଟ୍ କରାଯାଇ ଥିବା ଜଣାପଡିଛି । କିନ୍ତୁ ଏଥିରେ କୌଣସି ବ୍ୟକ୍ତି ଆକ୍ରାନ୍ତ ହୋଇଛନ୍ତି କି ନାହିଁ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା