

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବ୍ଲକ ପକ୍ଷରୁ ସ୍ୱଂୟ ସହାୟକ ମହିଳା ଗୋଷ୍ଠୀଙ୍କୁ ଗୋଷ୍ଠୀ ବିନିଯୋଗ ପାଣ୍ଠି ଋଣ ବଣ୍ଟନ ମେଳା, ନିର୍ମାଣ ଶ୍ରମିକ ପକ୍କାଗୃହ ଯୋଜନା କାର୍ଯ୍ୟାଦେଶ ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବ୍ଲକ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି । ଏହି କାର୍ଯ୍ୟକ୍ରମ ବିଡିଓ ଅମ୍ବିକା ପ୍ରସାଦ ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ କରାଯାଇଛି । ଏହି ମେଳା କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡି ଓ ଉପାଧ୍ୟକ୍ଷା ଅମିତା ସାହୁ ଯୋଗଦେଇ ୧୩୦ ଜଣ ନିର୍ମାଣ ଶ୍ରମିକଙ୍କୁ ପକ୍କାଗୃହ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରିଥିଲେ । ଏଥିସହ ୯୩ ଜଣ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀଙ୍କୁ ଗୋଷ୍ଠୀ ବିନିଯୋଗ ପାଣ୍ଠିରୁ ୬୨ ଲକ୍ଷ ୬୦ ହଜାର ଟଙ୍କା ଋଣ ପ୍ରଦାନ କରାଯାଇଛି । ସେହିପରି ୧୨ ଜଣ ମହିଳାଙ୍କୁ ଆଇସିଆର୍ପି କିଟ୍ ପ୍ରଦାନ କରାଯାଇଛି । ଏହି କିଟ୍ରେ ବିଭିନ୍ନ ସାମଗ୍ରୀ ଜରିଆରେ ସେମାନେ ଅନ୍ୟାନ୍ୟ ବ୍ଲକର ମହିଳା ଗୋଷ୍ଠୀଙ୍କୁ ସଚେତନତା କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ପ୍ରାରମ୍ଭରେ ବ୍ଲକ ପରିସରରେ ଜିଲ୍ଲାପାଳ, ବିଧାୟକ, ଅଧ୍ୟକ୍ଷ ଓ ଉପାଧ୍ୟକ୍ଷା ପ୍ରତ୍ୟହ ବୃକ୍ଷରୋପଣ କରିଥିଲେ । ବ୍ଲକ ପରିସରରେ ସ୍ୱଚ୍ଛତା ନେଇ ବିଡିଓଙ୍କୁ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଭୂୟଶ୍ରୀ ପ୍ରଶଂସା କରିଥିଲେ । ବ୍ଲକର ନିର୍ମାଣ ହେବାକୁ ଥିବା ମୁଖ୍ୟ ଗେଟ୍ ଏବଂ ଅନ୍ୟାନ୍ୟ ବିକାଶ ମୂଳକ କାର୍ଯ୍ୟ ଗୁଡିକୁ ଜିଲ୍ଲାପାଳ ତଦାରଖ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଏବିଡିଓ ପ୍ରଦୀପ କୁମାର ପଣ୍ଡା ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହକାରୀ ନିର୍ବାହୀ ଯନ୍ତ୍ରୀ ନିରଞ୍ଜନ ପଣ୍ଡା, କନିଷ୍ଠ ଯନ୍ତ୍ରୀ ମନୋରଞ୍ଜନ ମଲ୍ଲିକ, ଜୟସେନ ବେହେରା ଓ ଶଶାଙ୍କ ଶେଖର ପାଢୀ, ଓଡିଶା ଜାବିକା ମିସନ୍ର ବ୍ଲକ ସଂଯୋଜିକା ମାନିନୀ ଜେନା ପ୍ରମୁଖ ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା




