

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ମଣ୍ଡଳ ସଭାପତିଙ୍କ ଅଧ୍ୟକ୍ଷତାରେ ଗାନ୍ଧୀ ସଂକଳ୍ପ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରା ଗତକାଲି ସନ୍ଧ୍ୟାରେ ଛତ୍ରପୁର ବିଜେପି କାର୍ଯ୍ୟାଳୟ ଠାରୁ ବାହାରି ୬ନଂ ୱାର୍ଡ ପରିକ୍ରମା କରିଥିଲା । ଏଥିରେ ଜିଲ୍ଲା ଉପସଭାପତି ଡି. କାନକାୟାରେଡ୍ଡୀ, ରାଜ୍ୟ ପରିଷଦ ସଦସ୍ୟ ଭିମସେନ ବେହେରା, ଛତ୍ରପୁର ମଣ୍ଡଳ ସଭାପତି ପ୍ରଦୀପ କୁମାର ପାଢ଼ୀ, ଭିକାରି ପଲ୍ଲୀ ମଣ୍ଡଳ ସଭାପତି ଗଣ୍ଡୁଧର ଗୌଡ଼, ଛତ୍ରପୁର ମଣ୍ଡଳ ସାଧାରଣ ସମ୍ପାଦକ ଲକ୍ଷ୍ମୀ ନାରାୟଣ ପଣ୍ଡା, ସମ୍ପାଦକ ଗୁମାଗଡ଼ ତ୍ରିପତି ରାଓ, ଗଙ୍ଗାଧର ପଣ୍ଡା, ଉପସଭାପତି ମନୋଜ ବେହେରା, ନରସିଂହ ପାଢ଼ୀ, ନରହରି ସ୍ୱାଇଁ, ବିଜୟ ଆଚାରି, ଲିଙ୍ଗା ନାୟକ, ପି. ଚନ୍ଦ୍ର ଶେଖର ଗଡ଼ ଓ କାମେଶ୍ୱର ମହାରଣାଙ୍କ ସମେତ ବହୁ ବିଜେପି କର୍ମୀ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା

