

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁରସହରର ଗ୍ରାମ୍ୟ ଦେବୀ ମା ରାମାୟଣାମ୍ମା ଠାକୁରାଣୀ ମନ୍ଦିରର ତୃତୀୟ ମନ୍ଦିର ପ୍ରତିଷ୍ଠା ଉତ୍ସବ କମିଟି ପକ୍ଷରୁ ପାଳିତ ହୋଇଯାଇଛି । ପୂର୍ବାହ୍ନରେ ମାଙ୍କୁ ପୂଜାଅର୍ଚ୍ଚନା କରାଯିବା ସହ ମହିଳାମାନେ କୁକୁମ ପୂଜା ଠାରୁ ଆରମ୍ଭ କରି ମାଙ୍କର ରୀତିନିତୀ ଅନୁସାରେ ବିଭିନ୍ନ ପୂଜା କରିଥିଲେ । ଦିନ ୧ଟାରେ କମିଟି ପକ୍ଷରୁ ଭକ୍ତମାନଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ସନ୍ଧ୍ୟାରେ ନୀଳକଣ୍ଠଶ୍ୱର ମନ୍ଦିରରୁ ଶିବ ପାର୍ବତୀ ପ୍ରତିମୂର୍ତ୍ତି ପୂଜାର୍ଚ୍ଚନା କରି ରାମାୟଣାମ୍ମା ମନ୍ଦିରର ଅସ୍ଥାୟୀ ମଣ୍ଡପରେ ଶିବ ପାର୍ବତୀ କଲ୍ୟାଣ କରାଯାଇଥିଲ। । ସନ୍ଧ୍ୟାରେ ମା ରାମାୟଣାମ୍ମା ସାକମ୍ବରୀ ବେଶକୁ ଭକ୍ତମାନେ ଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ଦିର ପରିଚାଳନା କମିଟିର ସଭାପତି ଭି.ତ୍ରିନାଥ ରାଓ, ସଂପାଦକ ବି.ଶ୍ରୀନିବାସ ରାଓ, କ୍ରିଷ୍ଣା ରାଓ, ଏମ୍.ସମରେନ୍ଦ୍ର ସେନାପତି, ଜି.ଜନାର୍ଦ୍ଦନ ରାଓ ଏବଂ ରବିନ୍ଦ୍ର ସାହୁ ଦିନତମାମ ପୂଜା କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଏବଂ ଛତ୍ରପୁର ବହୁ ଜନସାଧାରଣ ପରିଚାଳନାରେ ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା









Devotional program should be celebrated regularly for the welfare of local people & this Shiva/Parvati Kalyan performance is excellent and organisers deserves credit .