

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ଛାଡଖାଇ ପର୍ବ । ଏଥିପାଇଁ ବିଭିନ୍ନ ମାଛ ବଜାରରେ ଭିଡ଼ ଜିମିଥିବା ଦେଖିବାକୁ ମିଳିଛି । ଏହି ଅବସରରେ ଢେଙ୍କାନାଳ ଜିଲ୍ଲାର ମାଛ ବଜାର ସମେତ ବିଭିନ୍ନ ବଜାରରେ ମଧ୍ୟ ଲୋକେ ମାଛ କିଣିବାକୁ ପହଞ୍ଚିଥିଲେ । ସେହିପରି ଭୁବନେଶ୍ୱର, କଟକ, ବ୍ରହ୍ମପୁର, ବାଲେଶ୍ୱର, ସମ୍ବଲପୁର, ରାଉରକେଲା, ଜୟପୁର ଭଳି ସହରରେ ବି ସକାଳୁ ସକାଳୁ ଆମିଷ ମାର୍କେଟରେ ଲୋକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା । ଅନ୍ୟ ଦିନ ଅପେକ୍ଷା ଆଜି ଆମିଷ ଚାହିଦା ଅଧିକ ଥିବାରୁ ଦର କିଛିଟା ଅଧିକ ରହିଥିଲା । ବ୍ୟବସାୟୀମାନେ ବି ଲୋକଙ୍କ ଚାହିଦାକୁ ଆଖି ଆଗରେ ରଖି ଅଧିକ ପରିମାଣର ମାଛ ଆମଦାନୀ କରିଥିଲେ । ସେହିପରି ଆଜି ବିଭିନ୍ନ ହୋଟେଲ୍, ରେଷ୍ଟୋରାଣ୍ଟରେ ମଧ୍ୟ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ଯାହାକୁ ଆଖି ଆଗରେ ରଖି କିଛି ହୋଟେଲ୍ରେ ସ୍ୱତନ୍ତ୍ର ଆୟୋଜନ ମଧ୍ୟ କରାଯାଇଥିବା ଦେଖିବାକୁ ମିଳିଥିଲା ।
ରିପୋର୍ଟ : ଶୁଭମ କୁମାର ପାଣି
