

କଟକ (ସମୃଦ୍ଧ ଓଡିଶା) କରୋନା ପାଇଁ ଜୀବିକା ହରାଇଥିବା ମଧ୍ୟବିତ୍ତ ପରିବାର ଅନେକ ଅସୁବିଧାରେ ରହୁଛନ୍ତି । ପାଖରେ ଥିବା ସଞ୍ଚୟ ଶେଷ ହୋଇଯିବା ପରେ ଏବେ ତାଙ୍କର ଚଳିବାକୁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ପରିପେକ୍ଷିରେ ଆଜି କଟକ ସ୍ଥିତ କେଶରପୁର ଅଞ୍ଚଳରେ ଅସୁବିଧାରେ ଥିବା ମଧ୍ୟବିତ୍ତ ପରିବାରଙ୍କୁ ସାପ୍ତାହିକ ରାସନ ସାମଗ୍ରୀ ବଣ୍ଟନ କରାଯାଇଅଛି । ସାମାଜିକ ଦୂରତ୍ୱ ରଖିବା ସହ ଏସ.ପି ସରିଫଂଉଦ୍ଦିନ ଏବଂ ମଙ୍ଗଳାବାଗ ଥାନା ଆଇ.ଆଇ.ସିଙ୍କ ଉପସ୍ଥିତରେ ଏ ବଣ୍ଟନ କାର୍ଯ୍ୟକ୍ରମଟି ଉଦ୍ୟୋଗପତି କାମଦେବ ବାରିକଙ୍କ ସହାୟତାରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଚିନ୍ମୟ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ପରିବାରକୁ ଏକ ସପ୍ତାହ ପାଇଁ ଚାଉଳ ଡାଲି, ଚୁଡା, ତେଲ, ସାବୁନ, ଆଳୁ, ପିଆଜ ଓ ଅନ୍ୟାନ ମସଲା ଦିଆଯାଇଛି । କାର୍ଯ୍ୟକ୍ରମରେ ଆଇନଜୀବୀ ବାସୁଦେବ ସେଠୀ, କଟକ ଜିଲ୍ଲା ବିଜୁ ଯୁବ ଜନତା ଦଳର ଉପସଭାପତି ମାନବେଶ ରୟ, ଛାତ୍ର ନେତା ପ୍ରକାଶ ବେହରା, ତୁଷାର ମଲିକ, ମହେଶ୍ୱର ବେହେରା, ତନ୍ମୟ ରାଉତ, ରାମଚନ୍ଦ୍ର ପାଢ଼ୀ, ସାଇସଂଭଵ, ବାଦଲ ପାଢ଼ୀ ଆଦି ସହଯୋଗ କରିଥିଲେ । ଆଗମୀ ଦିନରେ ଏହିଭଳି ଅସୁବିଧାରେ ଥିବା ପରିବାରକୁ ରାସନ ବଣ୍ଟନ କରାଯିବ ବୋଲି ଚିନ୍ମୟ ଦାସ ସୂଚନା ଦେଇଛନ୍ତି ।
ରିପୋର୍ଟ : ଅକ୍ଷୟ ପଟ୍ଟନାୟକ


