ଜଗତଗୁରୁ କୃପାଳୁ ମହାରାଜଙ୍କ ମହାପରାୟଣ ଦିବସରେ ନାମ ସଂକୀର୍ତ୍ତିନ ସହ ନଗର ପରିକ୍ରମା …

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ପାରଳାଖେମୁଣ୍ଡି ରାଧା ଗୋବିନ୍ଦ ଧାମ ତରଫରୁ ଜଗତଗୁରୁ କୃପାଳୁ ମହାରାଜଙ୍କ ମହାପରାୟଣ ଦିବସରେ ଆଜି ନାମ ସଂକୀର୍ତ୍ତିନ ସହ ନଗର ପରିକ୍ରମା କରାଯାଇଥିଲା । ଏଥିରେ ସମସ୍ତେ ସତସଙ୍ଗୀ ସହ ବାଲମୁକୁନ୍ଦ କେନ୍ଦ୍ରର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ଏହି ଅବସରରେ “କୃପାଳୁ ଶିଶୁ ସାହିତ୍ୟ ଆସର” କାର୍ଯ୍ୟକ୍ରମର ଉଦଘାଟନ କୋମଳ ମାଟି ଶିଶୁ ପ୍ରଣତି ଚୌଧୁରୀ ଦ୍ୱାରା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଵାଲ ମୁକୁନ୍ଦ କେନ୍ଦ୍ର ଉପସ୍ଥାପନା କରିଥିଲେ । ଏଥିରେ ମୁଖ୍ୟ ଅତିଥିରୂପେ ନିୟତି ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ବିଚିତ୍ରା ନନ୍ଦ ବେବର୍ତ୍ତା ଯୋଗଦେଇ ସାହିତ୍ୟର ପରିଭାଷା ସମ୍ବଦ୍ଧରେ ଆଲୋକପାତ କରିଥିଲେ ଏବଂ ପିଲାମାନଙ୍କୁ କଲମ କାଗଜ ପ୍ରଦାନ କରି ନୂତନ କୌଶଳ ପ୍ରୟୋଗ କରି କାର୍ଯ୍ୟକ୍ରମକୁ ପ୍ରଭାବଶାଳୀ କରିଥିଲେ । ଅନ୍ୟତମ ଅତିଥି ଆନନ୍ଦ ଶତପଥୀ ଯୋଗ ଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ତୁଲାଉଥିବା ନମିତା ଚୌଧୁରୀ “କୃପାଳୁ ଶିଶୁ ସାହିତ୍ୟ ଆସର’ ଆସନ୍ତା ରାସ ପୂର୍ଣ୍ଣିମା ଦିନ ଅପରାହ୍ନ ୨ଟା ରୁ ୪ଟା ପର୍ଯ୍ୟନ୍ତ ଵାଲ ମୁକୁନ୍ଦ କେନ୍ଦ୍ରରେ ଅନୁଷ୍ଠିରେ ହେବ ବୋଲି ସୂଚନା ଦେଇଛନ୍ତି ।

ରିପୋର୍ଟ : କୃଷ୍ଣ ବେହେରା