ଜଗନ୍ନାଥପ୍ରସାଦ ମେଡିକାଲରେ ଯୁବତୀର ମୃତ୍ୟ : କରୋନା ସନ୍ଦେହ…

ଜଗନ୍ନାଥ ପ୍ରସାଦ (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ପ୍ରତାପୁର ଗ୍ରାମ ପଞ୍ଚାୟତର ପାଟରା ପଲ୍ଲି ଗ୍ରାମର ଜଗନ୍ନାଥ ନାୟକର ଝିଅ ସଂଗୀତା ନାୟକଙ୍କ ଜଗନ୍ନାଥ ପ୍ରସାଦ ମେଡିକାଲରେ ଆଜି ମୃତ୍ୟ ହୋଇଛି । କରୋନା ସଂକ୍ରମଣର ଲକ୍ଷଣ ଥିବା ଡାକ୍ତର ସାନ୍ତୁନ କୁମାର ରାଉତ କହିଛନ୍ତି । ଆଜକୁ ୮ ଦିନ ହେଲା ମୃତ୍ୟ ସଂଗୀତା ଜ୍ୱର, ଖାସ, କଫରେ ପୀଡିତ ଥିଲେ । ଗଲାକାଲି ସଂଗୀତାର ସ୍ୱାସ୍ଥ୍ୟ ଗୁରୁତର ହେବାରୁ ଜଗନ୍ନାଥ ପ୍ରସାଦ ମେଡିକାଲର କୋଭଡ କେରରେ ରଖି ଚିକିତ୍ସା କରା ଯାଉଥିଲା । ମଧ୍ୟରାତ୍ରରେ ନିଶ୍ଵାସ ନେବାରେ କଷ୍ଟ ହେବରୁ ଅମ୍ଳଜାନ ଦିଆ ଯାଇଥିଲା, କିନ୍ତୁ ଶେଷରେ ସଂଗୀତାର ମୃତ୍ୟୁ ଘଟିଥିଲା । କୋରନା ଜନିତ ମୃତ୍ୟୁ ବୋଲି ସନ୍ଧେହ ହେବାରୁ ମୃତକକୁ ସାନିଟାଇଜର କରା ଯାଇଥିବା ସହ ପୁରା ମେଡିକାଲକୁ ସାନିଟାଇଜର କରା ଯାଇଥିଲା । ବ୍ଲକ ବିଡ଼ିଓ ସୁରେଶ ଚନ୍ଦ୍ର ପଣ୍ଡାଙ୍କୁ ଜଣାଇବାରୁ ମୃତକକୁ ନେବାକୁ ଗାଡି ଡ୍ରାଇଭରକୁ ପିପି କିଟ ଯୋଗେଇ ଦେଇଥିଲେ । ବିଡ଼ିଓ ଶ୍ରୀ ପଣ୍ଡା ଗ୍ରାମରେ ପହଞ୍ଚି ମୃତକର ଶବ ସଂସ୍କାର ପାଇଁ ସମସ୍ତ ବ୍ୟବସ୍ଥା ବି କରିଥିଲେ ।

ରିପୋର୍ଟ : ନିଲୁ ବିଷୋୟୀ