ଜଗନ୍ନାଥ ଡିଗ୍ରୀ କଲେଜରେ ଜାତୀୟ ସ୍ତରୀୟ ୱେବିନର ଆୟୋଜିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସମଗ୍ର ବିଶ୍ୱରେ କରୋନା ମହାମାରୀ ତାର କାୟା ବିସ୍ତାର କରି ଚାଲିଥିବା ବେଳେ ଏ ସଂପର୍କରେ ସହେଚତନ କରିବା ଲାଗି ଜଳେଶ୍ୱର ଡିଗ୍ରୀ କଲେଜର ରାଜନିତୀ ବିଜ୍ଞାନ ପକ୍ଷରୁ ଏକ ଜାତୀୟ ସ୍ତର ୱେିନର କଲେଜ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । କୋଭିଦ୍‌-୧୯ ଏଣ୍ଡ ଇଣ୍ଡିଆ ରେସ୍‌ପନ୍‌ସ୍ ସନ୍ଦର୍ଭ ଆଲୋଚନା ବେଳେ ଅଧ୍ୟକ୍ଷା ଜ୍ୟୋତ୍ସା ଘୋଷ ଅଧ୍ୟକ୍ଷତା କରିଥିଲେ । ଏହି ଡିଜିଟାଲ ପ୍ଲାଟଫର୍ମରେ ଗୁଜୁରାଟସ୍ଥିତ କେନ୍ଦ୍ରିୟ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ. ଅତନୁ ମହାପାତ୍ର ଯୋଗ ଦେଇ ଭାରତର କୋଭିଦ୍‌-୧୯ର ସୁପରିଚାଳନା ଓ ସରକାରଙ୍କ ଦାୟିତ୍ୱ ସମ୍ପର୍କରେ କହିଥିଲେ । ଫକିର ମୋହନ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ. ରାଜଶ୍ରୀ ଦତ୍ତ ଜନତା କର୍ଫ୍ୟୁ, ଆତ୍ମନିର୍ଭର ଭାରତ ଓ ଟ୍ରେସିଂ, ଟେଷ୍ଟି ଓ ଟ୍ରିଟମେଣ୍ଟ ବିଷୟରେ ଆଲୋଚନା କରିଥିଲେ । ଗୁଜୁରାଟର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସହକାରୀ ପ୍ରଫେସର ଡଢ. ଶିବ ଶଂକର ମହାନ୍ତି, ଫକିର ମୋହନ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ. ରାମକୃଷ୍ଣ ପ୍ରଧାନ, ବନ୍ଦେ ଭାରତ ମିଶନର ପବ୍ଲିକ ଏଡମିନିଷ୍ଟ୍ରେସନ ଡ. ଶ୍ୟାମସୁନ୍ଦର ୱାଗମାରେ ପ୍ରମୁଖ ଏହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ବ୍ୟତିତ ଶ୍ରୀ ବିଶ୍ୱବିଦ୍ୟାଳୟର ସହାୟକ ପ୍ରଫେସର ଡ. କମଳାକାନ୍ତ ଦାସ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ନୟ ସଂପର୍କରେ କହିଥିଲେ । ମହାବିଦ୍ୟାଳୟର ରାଜନିତୀବିଜ୍ଞାନର ମୁଖ୍ୟ ଶ୍ରବଣ କୁମାର ନାଥ ଏହି ୱେିନର ସଂପାଦକ କାର୍ଯ୍ୟ ତୁଲାଇଥିବା ବେଳେ ରଣଜିତ୍ କୁମାର ବେହେରା, ସରୋଜ କୁମାର ମହାନ୍ତି, ନିଶ୍ଚଳ କୁମାର ଘଡେଇ ପରିଚାଳନା କରିଥିଲେ ।