ଜଗନ୍ନାଥ ଡିଗ୍ରୀ କଲେଜର ଶୀତକାଳୀଳନ ସ୍ୱତନ୍ତ୍ର ଏନ୍ଏସ୍ଏସ୍ ଶିବିର ଉଦଯାପିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା\) ସମାଜରେ ନିସ୍ୱାର୍ଥପର ସେବା, ନିଷ୍ଠାପର, ଦକ୍ଷତା ଓ ପରୋପକାର ସହିତ ସାମାଜିକ ଜୀବନରେ ଅନ୍ୟର ସାହାର୍ଯ୍ୟ କରିବା ଲାଗି ଜାତୀୟ ସେବା ଶିବିର ଅନୁଷ୍ଠିତ ହେଉଥିବା ସଂପର୍କରେ ଜଳେଶ୍ୱର ଡିଗ୍ରୀ ମହାବିଦ୍ୟାଳୟର ଶୀତକାଳୀନ ସ୍ୱତନ୍ତ୍ର ଏନ୍ଏସ୍ଏସ୍ ଶିବିରର ଉଦଯାପନୀ ଉତ୍ସବରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । କଲେଜର ଅଧ୍ୟକ୍ଷା ଜ୍ୟୋସ୍ନାଘାଷ ଅଧ୍ୟକ୍ଷତା କରିଥିଲେ । ସୁବର୍ଣ୍ଣରେଖଶ ନଦୀକୂଳରେ ଅବସ୍ଥିତ ଶିଖରପୁର ଏସ୍ଏସ୍ୱତବତ ନୋଡାଲ ହାଇସ୍କୁଲ ପରିସରରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ସଂଯୋଜକ ଡ. ସୃତିରଂଜନ ଦାସ, ମୁଖ୍ୟବକ୍ତା ଭାବେ ଫକୀରମୋହନ ବିଶ୍ୱବିଦ୍ୟାଳୟର ଜାତୀୟ ଶିବିରର ସଂଯୋଜକ ଡ. ପବିତ୍ରମୋହନ ନାୟକ ଯୋଗ ଦେଇ ଏହାର ଉଦ୍ଧେଶ୍ୟ ସଂପର୍କରେ କହିଥିଲେ । ୭ଦିନ ଧରି ଶିବିରରେ ରହିଥିବା ସ୍ୱେଚ୍ଛାସେବୀମାନେ ବିଦ୍ୟାଳୟ ସଫେଇ, ହସ୍ପିଟାଲ ପରିସର ଦଫେଇ ଓ ବିଭିନ୍ନ ସଚେତନା କାର୍ଯ୍ୟକ୍ରମ ଲାଗି ଗ୍ରାମପରିକ୍ରମା କରିଥିଲେ । ଜଳ ସଂଗ୍ରକ୍ଷଣ, ଏଡସ ସଚେତନତା, ସାଇବର କ୍ରାଇମ୍ ସଚେତନତା କରାଇଥିଲେ । ପ୍ରୋଗ୍ରାମ୍ ଅଫସର ରଣଜିତ୍ କୁମାର ବେହେରା ୭ଦିନ କାର୍ଯ୍ୟର ବିବରଣୀ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରମଣ କୁମାର ନାଥ, ସରୋଜ କୁମାର ମହାନ୍ତି, ନିଶ୍ଚଳ କୁମାର ଘଡେଇ, ଜ୍ଞାନରଂଜନ ଜେନା, ମୋନାଲିସା ଚନ୍ଦ, ନିରଞ୍ଜନ ପରିଡା, ଦିନେଶ କୁମାର ସେନାପତି ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା ବକ୍ତବ୍ୟ ପ୍ରଦାନ କରିଥିଲେ । ଜଗନ୍ନାଥ ଘୋଷ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା