ଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟରେ ରାଜନିତୀ ବିଜ୍ଞାନ ବିଭାଗର ବାର୍ଷିକ ପାଠଚକ୍ର, ସମ୍ବିଧାନର ୩୭୦ଧାରା ଉଚ୍ଛେଦଥିଲା ଜରୁରୀ : ଭାରତରେ ଦୈତ୍ୟନାଗରିକତ୍ୱ ଅସମ୍ଭବ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବିଶ୍ୱରେ ଭାରତର ସମ୍ବିଧାନ ଏକ ସ୍ଥୁଳ ସଂହିତା ଓ ଗଣତନ୍ତ୍ରର ଶ୍ରେଷ୍ଠତନ ନିଦର୍ଶନ । ଏଥିରେ ଭାରତଭଳି ଏଗ କଣତନ୍ତ୍ର ରାଷ୍ଟ୍ରରେ ଜଣେ ବ୍ୟକ୍ତିର ୨ଟି ନାଗରିକତା ପ୍ରଦାନ ଅସମ୍ଭବ, ଯାହା ୩୭୦ ଧାରାରେ ପର୍ଯ୍ୟବେସିତ । ଏହାକୁ ଉଚ୍ଚେଦ କରାଯାଇଥିବାରୁ ଦେଶର ଗଣତନ୍ତ୍ରପ୍ରତି ସୁଧାର ଅଣାଯାଇଛି ବୋଲି ବିଶିଷ୍ଟ ବ୍ୟକ୍ତାମାନେ ମତବ୍ୟକ୍ତ କରିଛନ୍ତି । ଜଳେଶ୍ୱର ସ୍ଥିତ ଜଗନ୍ନାଥ ଡିଗ୍ରି କଲେଜ ପରିସରରେ ରାଜନିତୀ ବିଜ୍ଞାନ ବିଭାଗର ବାର୍ଷିକ ପାଠଚକ୍ର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଜ୍ୟେତ୍ସା ଘୋଷ ଅଧ୍ୟକ୍ଷତା କରିଥିବା ବେଳେ ବିଭାଗୀୟ ମୁଖ୍ୟ ଶ୍ରବଣ କୁମାର ନାଥ ବିଷୟବସ୍ତୁ ସମୀକ୍ଷା, ସୂଚନା ଓ ପରିଚୟ ପ୍ରଦାନ କରିଥିଲେ । ଆଲୋଚିତ ପ୍ରସଙ୍ଗରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ରାଜନିତୀ ବିଜ୍ଞାନ ସହକାରୀ ପ୍ରଫେସର ଡ. ରାମକୃଷ୍ଣ ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କାଶ୍ମିର ଏକ ସମସ୍ୟା ନୁହେଁ, ବରଂ ପାକିସ୍ଥାନ ଏହାକୁ ନେଇ ସମସ୍ୟା ସୃଷ୍ଟି କରିଆସୁଛି । ପଡୋଶୀ ରାଜ୍ୟ ସହ ସୁସମ୍ପର୍କ ରକ୍ଷା ପ୍ରତ୍ୟେକ ରାଷ୍ଟ୍ରର ପ୍ରମୁଖ ଭୁମିକ ଥିଲେ ମଧ୍ୟ ପାକିସ୍ଥାନ ସେଥିରୁ ପୃଥକ ମନେ ହୁଏ । ତେଣୁ ଜାମୁ ଓ କାସ୍ମିର ୨ ରାଜ୍ୟ ସୃଷ୍ଟି କରି ୩୭୦ ଧାରା ଉଚ୍ଛେଦ ଏକ ଅଭିନବ ପ୍ରୟାସ । ଏକ ରାଷ୍ଟ୍ରରେ ଦୈତ୍ୟ ନାଗରସ୍ତ୍ୱ ଅସମ୍ବିଧାନିକ ବୋଲି ଡ. ପ୍ରଧାନ କହିଛନ୍ତି । ଏଥିରେ ଅଧ୍ୟାପିକା ଉଷାରାଣି ଦାସ, ମୋନାଲିସା ଚନ୍ଦ, ସରୋଜ କୁମାର ମହାନ୍ତି, ଜ୍ଞାନରଂଜନ ଜେନା, ନିଶ୍ଚଳ କୁମାର ଘଡାଇ, ସୌମ୍ୟରଂଜନ ମହାନ୍ତି, ନିରଞ୍ଜନ ପରିଡା, ବିଜେସ୍ କୁମାର ସେନାପତି ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଅଶୋକ କୁମାର ରଥ ବେଦପାଠ କରିଥିବା ବେଳେ କମଳା କାନ୍ତ ସାହୁ, ସୁପ୍ରଭାଦିପ୍ତି ଜେନା, ମଧୁମିତା ବେହେରା, ପ୍ରତିଭା ପାଣି ଓ ପୂଣ୍ଣିର୍ମା ସିଂ ୩୭୦ ଧାରାର ଦୂରୋପଯୋଗ ସଂପର୍କରେ କହିଥିଲେ । ଅଧ୍ୟାପକ ରଣଜିତ୍ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା