
ଜଗନ୍ନାଥ ପ୍ରସାଦ (ସମୃଦ୍ଧ ଓଡିଶା) ଗଞ୍ଜାମରେ ଦିନକୁ ଦିନ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । କୋରନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖର ପଡୁଛନ୍ତି । ଚାରିଆଡେ ଭୟର ବାତାବରଣ ସୃଷ୍ଟି ହେଇଛି । ପ୍ରଶାସନ ତରଫରୁ ବହୁତ ପଦକ୍ଷେପ ନିଆ ଯିବା ସହ ଡାକ୍ତର, ଅଙ୍ଗନବାଡି କର୍ମୀ,ଓ ଆଶା କର୍ମୀ ମାନେ ଘର ଘର ବୁଲି ପରୀକ୍ଷା କରୁଛନ୍ତି । ଡାକ୍ତର ରାଜେଶ୍ୱରୀ ସାହୁ, ଅଙ୍ଗନବାଡି କର୍ମୀ ପୁଷ୍ପାଞ୍ଜଳି ମହାନ୍ତି, ଓ ଆଶା କର୍ମୀ ପୁଷ୍ପାଞ୍ଜଳି ସେଠୀଙ୍କୁ ଧରି ଜଗନ୍ନାଥ ପ୍ରସାଦର ପାଇକ ସାହି ସମେତ ବହୁ ସାହି ବୁଲି ଥର୍ମାଲ ପରୀକ୍ଷା କରିବା ସହ ସ୍ୱାସ୍ଥ୍ୟ ଯାଂଚ କରିଛନ୍ତି । ଏପରି ଯାଞ୍ଚ ତୃତୀୟ ଥର ପାଇଁ ହେଉଛି ।
ରିପୋର୍ଟ – ନିଲୁ ବିଷୋୟୀ