

ଭଞ୍ଜନଗର/ଜଗନ୍ନାଥପ୍ରସାଦ (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ରେ ଆଜି ଦୋକାନ ବନ୍ଦ କରିବା ନେଇ ଦ୍ଵନ୍ଦ ସୃଷ୍ଟି ହେଉଛି । ଗଞ୍ଜାମ ଜିଲାପାଳ ନିର୍ଦ୍ଧେଶ ଅନୁଯାଇ ଆଜି ୨୪ ତାରିଖ ଠାରୁ ସକାଳ ୫ଟା ଠାରୁ ରାତ୍ର ୮ଟା ଯାଏ ଦୋକାନ ଖୋଲିବା କହିଥିଲେ, ତେଣୁ ବ୍ୟବସାୟୀ ମାନେ ଦୋକାନ ଖୋଲି ଥିଲେ । କିନ୍ତୁ ଅତିରିକ୍ତ ତହସିଲଦାର ବଇରାଲ ମୂର୍ମୁ ଦୋକାନ ଖୋଲିବା ନେଇ ମନା କରିବାରୁ ହଟଗୋଳ ସୃଷ୍ଟି ହୋଇଥିଲା, ତେଣୁ ବହୁ ସମୟ ଧରି ବ୍ୟବସାୟୀ ମାନେ ତାଙ୍କୁ ଘେରାଉ କରି ରଖି ଥିଲେ । ପୂର୍ବ ରାତିରୁ ପ୍ରଶାସନ ତରଫରୁ କୌଣସି ସୂଚନା ନ ଦିଆ ଯାଇ ସକାଳୁ ହଟାତ ଦୋକାନ ବନ୍ଦ କରିବା ନେଇ ଅସନ୍ତୋଷ ଦେଖା ଯାଇଥିଲା । ଗଂଜାମ ଜିଲ୍ଲାର ନିୟମ ଜଗନ୍ନାଥ ପ୍ରସାଦ ରେ କଣ ପାଇଁ ଲାଗୁ ହେବ ନାହିଁ ବୋଲି ବ୍ୟବସାୟୀ ମାନେ କହିଥିଲେ । ଦୋକାନ ବନ୍ଦ ପାଇଁ ପୂର୍ଵ ସୂଚନା ନ ଦେଇ ଦୋକାନ ବନ୍ଦ କରିବାର ପ୍ରତିବାଦ କରିବା ସହ ଆଗାମୀ ଦିନରେ ରାସ୍ତା ଉପରେ ଆନ୍ଦୋଳନ ହେବ ବୋଲି ବ୍ୟବସାୟୀ ମାନେ ଚେତାବନୀ ଦେଇଛନ୍ତି । ଦୋକାନ ବନ୍ଦ ନେଇ ଜଗନ୍ନାଥ ପ୍ରସାଦ ସରପଞ୍ଚଙ୍କୁ ପଚାରିବାରୁ ସେ କହିଲେ ତାଙ୍କୁ କିଛି ଲିଖିତ ମିଳିନାହିଁ । କିନ୍ତୁ ତାଙ୍କ ମତରେ ଦୁଇ ଦିନ ଖୋଲା ଯାଉ, ତାପରେ ପୁଣି ବନ୍ଦ କରା ଯାଉ ବୋଲି କହିଥିଲେ । ସେହିପରି କାଦୁଆରେ ମଧ୍ୟ ବ୍ୟବସାୟୀ ମନେ ତଳ ଦିନେ ଦୋକାନ ଖୋଲିବା ଓ ଜୋରିମାନା ଆଦାୟ କରିବାକୁ ନେଇ ଅତିରିକ୍ତ ତହସିଲଦାର ବୈରାଲ ମୁର୍ମୁକୁ ଘେରାଉ କରିଥିଲେ । କୋରନା ମହମାରି ବିପତି ଠାରୁ ପ୍ରଶାସନର କାର୍ଯ୍ୟ ଅଧିକା ବିପଦ ବୋଲି ସଧାରଣରେ ମତ ପ୍ରକାଶ ପାଉଛି ।
ରିପୋର୍ଟ : ନିଲୁ ବିଷୋୟୀ
