ମହାଶକ୍ତିମୟୀ ଜଗତ ଜନନୀ
ତୋ କରୁଣା ତ ଅପାର,
ତୋ ଆଶିଷ ବଳେପଙ୍ଗୁ ଲଙ୍ଘି ପାରେ
ଉତ୍ତୁଙ୍ଗ ପର୍ବତ ଶୀର ।।
ଯେ ବର୍ଣ୍ଣିଛି ଗୁଣ ତୋର ।।
ତୋ ପାଦେ ଶରଣ ମୋର ।
ଏ, ଧରା ପୃଷ୍ଟକୁ କରିଅଛ ବିଜେ
ବରଷକେ ତୁମେ ଥରେ,
ସୁସଜ୍ଜିତ ବେଶେ ସିଂହର ପୃଷ୍ଟରେ
ଶୋଭାପାଉ ମନୋହରେ ।।
ପୁର ପଲ୍ଲୀ ଆଜି ଆନନ୍ଦେ ବିଭୋର
ତୋ ଦରଶନ ନିମିତ୍ତ,
ହୁଳ ହୁଳି ଘଣ୍ଟ ଶଙ୍ଖରେ କମ୍ପିତ
ଧରାପୃଷ୍ଟରେ ପୂଜିତ ।।
ଭକ୍ତିଭାବ ଦେଖି ସତ ।।
ଆବିର୍ଭାବେ ଅଶ୍ୱିନ ତ ।।
ସୁଖ ମୟ ହେଉ ସଭିଙ୍କ ଜୀବନ
ଆଶୀର୍ବାଦ ଭିକ୍ଷା ମୋର,
ଅଭାବ ନ ରୁହେ ତୋତେ ସୁମରିଲେ
ଯେ ବର୍ଣ୍ଣିଛି ଗୁଣ ତୋର ।।
ମହିଷା ମର୍ଦ୍ଦିନୀ ଦୁର୍ଗତି ନାଶିନୀ
ତୋ ରୂପ ଭିନ୍ନ ପ୍ରକାର,
ଦେଖି ଦୈତ୍ୟଗଣ ହୋନ୍ତି ଭୟଭୀତ
ଶରଣ ଯାନ୍ତି ତୋଠାର ।।
ତୋ ଆଶିଷ ବଳେ ପ୍ରଭୁ ରାମଚନ୍ଦ୍ର,
ସୀତାଙ୍କୁ ଉଦ୍ଧାର କଲେ,
ରାବଣ ଵିନାଶୀ ଲଙ୍କା ଜୟ କଲେ
ତୋ ଆଶିଷ କୃପା ବଳେ ।।
ଏକ ଶହ ଆଠ ପଦ୍ମ ପାଖୁଡାରେ
ମନ ରହିଲା ମା ତୋର,
ଆବିର୍ଭାବ ହୋଇ ବର ଦାନ କଲୁ
ଶାସ୍ତ୍ରରେ ରହେ ତୋହର ।।
ଦଶ ଭୁଜା ଧାରୀ ତୁ ମା କାତ୍ୟାୟନୀ
ଦୁଷ୍ଟକୁ କରୁ ବିନାଶ,
ଏ, ଧରା ପୃଷ୍ଟରେ ପାପ କ୍ଷୟ ହେବ
ତୋ କରୁଣା ତ ଅବଶ୍ୟ ।।
ଏ, ସାରା ସଂସାରେ ତୁମ ପାଇଁ ଜାତ
ତୁ ପରା ସଭିଙ୍କ ମାତା,
ରଖି ପାରୁ ତୁହି ମାରି ପାରୁ ତୁହି
ବର୍ଣ୍ଣୁଛି ତୋହରି ଗାଥା ।।
ଜାଣେ ନାହିଁ ମୁହିଁ ପୂଜା ଅରଚନା
ଯୋଡୁ ଅଛି ମୁହିଁ କର,
ତୋ ପାଦେ ପ୍ରଣତି ଘେନ ମୋ ଭକତି
ତୁ ପରା ମାଆ ମୋହର ।।
ଦୋଷ ଥିଲେ କ୍ଷମା କର ।।
କବିଶ୍ରୀ ପ୍ରଦୀପ କୁମାର ସାହୁ, ସରସରା, ବ୍ଲକ-ହରଭଙ୍ଗା, ଜିଲ୍ଲା-ବୌଦ୍ଧ