ଜଣାନ୍ତୁ ଡାଳିମ୍ବର ଔଷଧୀୟ ଗୁଣ…

ଡାଳିମ୍ବରେ ଅନେକ ଔଷଧୀୟ ଗୁଣ ରହିଛି । ଡାଳିମ୍ବ ଛାଲିରେ ଥିବା ଆଣ୍ଟିଅକ୍‌ସିଡେଣ୍ଟ୍‌ସ ହୃଦ୍‌ରୋଗରୁ ବଞ୍ଚାଇବାରେ ସହାୟକ ହୋଇଥାଏ । ଏହି ଫଳର ରସ ଶରୀରରେ ବେକ୍‌ କୋଲେଷ୍ଟ୍ରଲ୍‌ର ସ୍ତରକୁ କମ୍‌ କରି ରଖିଥାଏ । ଆଣ୍ଠୁ ଦରଜ ଥିଲେ ଏହି ଫଳ ରସ ପିଇବା ଉଚିତ ।  ସେହିପରି ଡାଳିମ୍ବ ଖାଇଲେ ଶରୀରରେ ରକ୍ତ ଏବଂ ମୁଖମଣ୍ଡଳର ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ । ଡାଳିମ୍ବକୁ ପାଣିରେ ଭିଜାଇ ଜୁସ୍‌ କରି ନିୟମିତ ପିଇଲେ ଅନେକ ସୁଫଳ ମିଳିଥାଏ । ଡାଳିମ୍ବ ଚୋପାରେ ଫେନାଲିକ୍ସ ନାମକ ରାସାୟନିକ ପଦାର୍ଥ ରହିଛି । ଏହାଛଡା ଏଥିରେ ଖଣିଜ ପଦାର୍ଥ, ଭିଟାମିନ୍‌ ପ୍ରଭୃତି ଉପାଦାନ ମାନ ରହିଛି । ଏହାର ବ୍ୟବହାର ଦ୍ୱାରା ହୃଦ୍‌ଘାତ ଓ କର୍କଟ ରୋଗରୁ ମୁକ୍ତି ମିଳିପାରେ । ତ୍ୱଚାକୁ ଏହା ଉଜ୍ଜ୍ୱଳତା ପ୍ରଦାନ କରିଥାଏ । ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଆଣ୍ଟି ଏଜିଂ ମହୋଷଧୀ ଭାବେ କାର୍ଯ୍ୟ କରେ । ତେଣୁ ସପ୍ତାହରେ ଦୁଇରୁ କିମ୍ବା ୩ ଥର ଡାଳିମ୍ବ ଚୋପା ଜୁସ୍‌ ପିଇବା ଉଚିତ୍‌ ।