ଜାଣନ୍ତୁ ତୁଳସୀ ଚଉରାରେ ପ୍ରତିଦିନ ପାଣି ଦିଅନ୍ତି କାହିଁକି…

(ସମୃଦ୍ଧ ଓଡିଶା) ପୂର୍ବେ ଆଧୁନିକ ଚିକିତ୍ସା ପ୍ରଣାଳୀ ନଥିଲା । ଲୋକେ ଆରୋଗ୍ୟ ଲାଭ ପାଇଁ ବୃକ୍ଷଲତା ଉପରେ ନିର୍ଭର କରୁଥିଲେ । ତୁଳସୀର ଔଷଧୀୟ ଗୁଣ ଅତି ଅଧିକ। ତେଣୁ ସହଜରେ ମିଳିବାପାଇଁ ଘରେ ଘରେ ଚଉରା କରି ତୁଳସୀ ଲଗାଯାଏ । ତୁଳସୀ ଏକ ଗୁଳ୍ମଜାତୀୟ ଉଦ୍ଭିଦ। ପ୍ରତିଦିନ ପାଣି ନଦେଲେ ମରିଯିବ । ତେଣୁ ତୁଳସୀ ଗଛକୁ ବଞ୍ଚାଇ ରଖିବା ପାଇଁ ପ୍ରତିଦିନ ତୁଳସୀ ଗଛ ମୂଳରେ ପାଣିଦେବାକୁ ଏକ ଧାର୍ମିକ ବିଧି କରାଯାଉଛି । ଧର୍ମ ମତରେ ତୁଳସୀ, ଵିସ୍ତୁଙ୍କ ଅତି ପ୍ରିୟ। ତୁଳସୀ ଗଛକୁ ପୂଜାକରିବା, ଦର୍ଶନ କରିବା ତୁଳସୀ ଗଛ ମୂଳରେ ବସିବା ଆଦି ଦ୍ୱାରା ବହୁ ପୁଣ୍ୟ ଅର୍ଜନ ହୁଏ । ପ୍ରବେଶ ଦ୍ୱାରରେ ଦକ୍ଷିଣ ପାର୍ଶ୍ବରେ ତୁଳସୀ ଗଛ ଥିଲେ ଗୃହବାସୀମାନେ ବହୁ ବିପଦରୁ ରକ୍ଷା ପାଆନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା