ଜଣେ ଲୋକକୁ ବାଡେଇବାରୁ ପୋଲିସ ଅଧିକାରୀ ନିଲମ୍ବିତ…

ଗଞ୍ଜାମ (ସମୃଦ୍ଧ ଓଡିଶା) ଲକ୍‌ଡାଉନ୍‌ ସମୟରେ ଦେଶର ବିଭିନ୍ନ ସ୍ଥାନରେ ହେଉଥିବା ପୋଲିସ୍‌ର କାର୍ଯ୍ୟାନୁଷ୍ଠାନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଓଡ଼ିଶାରେ ମଧ୍ୟ ଅନେକ ସ୍ଥାନରେ ଆମେ ଦେଖିବାକୁ ପାଇଥିଲେ । କିନ୍ତୁ ପୋଲିସ୍‌ କର୍ମଚାରୀଙ୍କ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଭାରି ପଡ଼ିଛି । ଲକଡାଉନ୍ ବେଳେ ବାଇକ୍ ଚାଳକଙ୍କୁ ମାଡ଼ ମାରି ପୋଲିସ ଅଧିକାରୀ ନିଲମ୍ବିତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୋଡ଼ାମାରି ଫାଣ୍ଡି ଅଧିକାରୀ ସିମାଞ୍ଚଳ ଜେନାଙ୍କୁ ଗଞ୍ଜାମ ଏସପି ବ୍ରିଜେଶ ରାୟ ନିଲମ୍ବିତ କରିଛନ୍ତି । ଲକ୍‌ଡାଉନ୍‌ ଥିବାବେଳେ ବାଟରେ ଯାଉଥିବା ବାଇକ ଚାଳକଙ୍କୁ ଡ୍ୟୁଟିରେ ଥିବା ପୋଡ଼ାମାରି ଫାଣ୍ଡି ଅଧିକାରୀ ଅଟକାଇ ଥିଲେ । ପରେ ସମ୍ପୃକ୍ତ ଚାଳକଙ୍କୁ ଏକ ପ୍ଲାଷ୍ଟିକ ପାଇପ୍ ଦ୍ୱାରା ନିସ୍ତୁକ ପିଟିଥିଲେ । ତେବେ ଏହି ମାଡ଼ ମାରିବା ଭିଡିଓ ପଦାକୁ ଆସିବା ପରେ ଗଞ୍ଜାମ ଏସ୍‌ପି କାର୍ଯ୍ୟାନୁଷ୍ଠାନ ପୂର୍ବକ ନିଲମ୍ବିତ କରିଛନ୍ତି । ପ୍ରକାଶଥାଉକି, ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଆଗରୁ ପୋଲିସ୍‌ କର୍ମଚାରୀ ନିଲମ୍ୱିତ ହୋଇଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା