ଜନନେତା, ସମାଜସେବୀ ପ୍ରଶନ୍ନ ପାଳଙ୍କ ୫ମ ଶ୍ରାଦ୍ଧବାର୍ଷିକୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରର ଅନ୍ୟତମ ଜନନେତା ପ୍ରଶନ୍ନ ପାଳଙ୍କ ୫ମ ଶ୍ରଦ୍ଧବାର୍ଷିକ ଉତ୍ସବ ସମାଜସେବୀ ପ୍ରଶନ୍ନପାଳ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଶୁକ୍ରବାର ପୂର୍ବାହ୍ନରେ ନିଜ ଗାଁ ବାଘାବାଳୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଚାରିଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ବହୁ ଉନ୍ନତିମୂଳକ କାର୍ଯ୍ୟ କରି ଥିବାରୁ ସେ ଜଳେଶ୍ୱରର ଜନନେତା ଭାବେ ପରିଚିତ ହୋଇଛନ୍ତି । କୋଭିଦ୍ କଟକଣା ଯୋଗୁଁ ନିରାଡମ୍ବର ଭାବେ ଅନୁଷ୍ଠିତ ଉତ୍ସବରେ ପ୍ରତୀମୂର୍ତ୍ତୀ ଓ ଫଟୋ ଚିତ୍ରରେ ମାଲ୍ୟର୍ପେଣ ସହିତ ୨୫ ଜଣ ଗରିବଙ୍କୁ କମ୍ବଳ, ମାକ୍ସ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ଆଜିର ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀ ପ୍ରାପ୍ତ କବି କାଳିପଦ ପଣ୍ଡା, ପୂର୍ବତନ ଅଧ୍ୟକ୍ଷ ରମାକାନ୍ତ ଭଂଜ, ଆଇନ୍‌ଜୀବି ସତ୍ୟସୁନ୍ଦର ଦାସ, ସୁଧିର କୁମାର ଦାସ, ଶିକ୍ଷକ ସୁବଲ ପରିଡା, ଗ୍ରାମ୍ୟମୁଖ୍ୟ ସୁଶାନ୍ତ ପରିଡା, ସୀତାରାମ ଦାସ ପ୍ରମୁଖ ବକ୍ତବ୍ୟ ରଖିଥିବା ବେଳେ ବିଷ୍ଣୁପଦ ପାଳ ପରିଚାଳନା କରିଥିଲେ । ଜଳେଶ୍ୱର ଉଚ୍ଚ ବିଦ୍ୟାଳୟରେ ଏକ ପୂର୍ଣ୍ଣଅବୟବ ପ୍ରତିମୂର୍ତ୍ତୀ ପ୍ରତିଷ୍ଠା କରିବା ଓ ପୁରୁଣା ଓଡିରୋର୍ଡରୁ ରାଇବଣିଆ ଯାଇଥିବା ରାସ୍ତାକୁ ତାଙ୍କ ନାମରେ ନାମିତ କରିବାକୁ ଉପସ୍ଥିତ ଅତିଥି ଓ ରାଜପୁର, ବାଘାବାଳୀ ଗ୍ରାମର ବହୁ ବ୍ୟକ୍ତି ପ୍ରସ୍ତାବ ଆଗତ କରିଥିଲେ ।