ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ପୌରପାଳିକା ଅଧିନ ଶାନ୍ତିଆସ୍ଥିତ ଉପଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ବିଜେପି ପକ୍ଷରୁ ଗଣଧାରଣା ଦିଆଯାଇଛି । କାର୍ଯ୍ୟାଳୟ ସମୟ ଦିନ ୧୦ଟାରେ ବିଜେପିର କେତେକ କର୍ମକର୍ତ୍ତା ସ୍ଥାନୀୟ କନିଷ୍ଠ ଯନ୍ତ୍ରୀ ଇଂ ରତନ କୁମାର ମାଝୀଙ୍କ ସହିତ ସାକ୍ଷାତ ଏକ ସୂଚନା ଆଇନ୍ ସଂପର୍କରେ କେତେକ ତଥ୍ୟ ଆଣିବାକୁ ଯାଇଥିବା ବେଳେ ଶ୍ରୀ ମାଝୀ କାର୍ଯ୍ୟାଳୟରେ ଗାମୁଛା ପିନ୍ଧି ବୁଲୁଥିବାରୁ ବିଜେପି କର୍ମୀମାନେ ଉତ୍ୟକ୍ତ ହୋଇଥିଲେ । ବିଜେପିର ପୌର ସଭାପତି ଫାଲଗୁନୀ ପାଣିଗ୍ରାହୀ ବିରକ୍ତ ପ୍ରକାଶ କରିବା ସହ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣରେ ବସିଛନ୍ତି । ଏହି ଧାରଣାରେ ଜିଲା ଉପସଭାପତି ସାବିତ୍ରୀ ଜେନା, ନଗର ଯୁବମେ।ର୍ଚ୍ଚା ସଭାପତି ରବିନ୍ଦ୍ର ପାତ୍ର, ବରିଷ୍ଠ ନେତା ପ୍ରବୀର ପ୍ରଧାନ, ସମୀର ପାତ୍ର. ରାମକୃଷ୍ଣ ସାହୁ, ତନ୍ମୟ ଚନ୍ଦ, ମନମୋହନ ଆଚାର୍ଯ୍ୟ, ସଂଜୀବ ସେନାପତି, ନିତ୍ୟାନନ୍ଦ ଦାସ, ନଗେଗନ୍ଦ୍ର ପାତ୍ର, ଅନନ୍ତ ଦାସ, ଗୌରଗୋପାଳ ଦାସ ଅଧିକାରୀ ଏହି ଆନ୍ଦୋଳନରେ ବସିଥିବା ବେଳେ ଖବର ଲେଖା ହେବା ପର୍ଯ୍ୟନ୍ତ କୌଣସି କର୍ତ୍ତୃପକ୍ଷ ଆଲେଲାଚନା ଲାଗି ଆସିନଥିବା ଜଣାଯାଇଛି ।
ରିପୋର୍ଟ : ଭୂପତି ପରିଡା